ମୁର୍ଶିଦାବାଦରେ ଟିଏମସି ଅଫିସ୍ ଉପରେ ଚାଲିଲା ବୁଲ୍ଡୋଜର, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ କଲେକ୍ଟରଙ୍କ ଆକ୍ସନ
24/05/2023 at 6:04 PM

ନୂଆଦିଲ୍ଲୀ, ୨୪/୦୫: ଟିଏମସି ଅଫିସ୍ ଉପରେ ଚାଲିଲା ବୁଲ୍ଡୋଜର। କିଛି ସମୟରେ ମାଟିଲେ ମିଶିଗଲା ପୂରା ଅଫିସ୍। ବୁଧବାର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ପ୍ରଶାସନ ସତ୍ତାରେ ଥିବା ତୃଣମୂଳ କଂଗ୍ରେସର ଏବ ଅବୈଧ କାର୍ଯ୍ୟାଳୟଉ ଉପରେ ବୁଲଡୋଜର ଚଳାଇଛି। ଏହି ଅବୈଧ ଅଫିସ୍ ବରୁଆ କ୍ଷେତ୍ରରେ ରହିଥିଲା। ତେବେ ଏହା ପ୍ରଥମ ଥର ଯେତେବେଳେ, ଟିଏମସିର କୌଣସି ପାର୍ଟୀ ଅଫିସ୍କୁ ବୁଲ୍ଡୋଜରରେ ଭଙ୍ଗାଯାଇଛି। ସୂଚନାଥାଉକି, ନିକଟରେ କଲିକତା ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ଟିଏମସି ପାର୍ଟୀ କାର୍ଯ୍ୟାଳୟକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ଜିଲ୍ଲା ପ୍ରଶାସନ ଟିମ୍ ଏହି ଅଫିସ୍କୁ ଭାଙ୍ଗିବାକୁ ପହଞ୍ଚିଥିଲା।
ଘଟଣାସ୍ଥଳରେ କଲେକ୍ଟରଙ୍କ ସହ ବହୁ ସଂଖ୍ୟାରେ ପୋଲିସ୍ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଶାସନ ବୁଲଡୋଜର ସହାୟତାରେ କାର୍ଯ୍ୟାଳୟ ଭାଙ୍ଗିଥିଲା। ଅବଶ୍ୟ ଏହି ସମୟରେ କିଛି ଦଳୀୟ ନେତା କାର୍ଯ୍ୟାଳୟ ନଭାଙ୍ଗିବାକୁ ଅନୁରୋଧ କରିଥିଲେ, କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି କଥା ଶୁଣି ନଥିଲେ। ଅଭିଯାନକୁ ଆଗକୁ ବଢ଼ାଇଥିଲେ ଏବଂ ଅଫିସ୍ ଉପରେ ବୁଲଡୋଜର ଚଢ଼ାଇଥିଲେ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆପ୍ ମୋର୍ଚ୍ଚା ଖୋଲିଛନ୍ତି। ରାଜ୍ୟସଭାରେ ଏହି ଅଧ୍ୟାଦେଶକୁ ରୋକିବା ପାଇଁ ସବୁ ବିରୋଧୀ ଦଳଙ୍କ ସମର୍ଥନ ପାଇଁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତକାର କରିଛନ୍ତି ଏବଂ ତାଙ୍କର ସମର୍ଥନ ମାଗିଛନ୍ତି।
ଏହି ସାକ୍ଷାତକାର ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ରାଜ୍ୟସଭା ସାଂସଦ ସଞ୍ଚୟ ସିଂହ, ରାଘବ ଚଡ୍ଡା ଏବଂ କ୍ୟାବିନେଟ୍ ମନ୍ତ୍ରୀ ଆତିଶି ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟସଭାରେ ଆପ୍କୁ ସହଯୋଗ ଦେବା ନେଇ ଘୋଷଣା କରିଛନ୍ତି।