ଶୁକ୍ରବାର ଦିଲ୍ଲୀରେ ECIଙ୍କୁ ଭେଟିବେ ୬ ଟିଏମସି ସାଂସଦ, ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ନେଇ କରିବେ ଅଭିଯୋଗ

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ ୧୧/୦୩: ପଶ୍ଚିମବଙ୍ଗରେ ଜୋର ଧରିଛି ଆହତ ରାଜନୀତି। ମମତା ବାନାର୍ଜୀଙ୍କୁ ଆକ୍ରମଣ ହୋଇଥିବା ଟିଏମସି କହୁଥିବା ବେଳେ କେହି ଏହାକୁ ଦିଦିଙ୍କ ନାଟକ ବୋଲି କହୁଛନ୍ତି। ବିରୋଧୀ ବିଜେପି ଟିଏମସିର ଅଭିଯୋଗକୁ ଖଣ୍ଡନ କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ କେମିତି ହେଲା ବୋଲି ମଧ୍ୟ ବିଜେପି ନେତା ପ୍ରଶ୍ନ କରିଛନ୍ତି। କିନ୍ତୁ ମମତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଟିଏମସି ସାଂସଦ ଅଭିଯୋଗ କରିବାକୁ ଦିଲ୍ଲୀ ଯିବେ ।

ଇସିଆଇଙ୍କୁ ସାକ୍ଷାତ କରି ଅଭିଯୋଗ ଦେବେ ବୋଲି ଜଣାପଡ଼ିଛି। ଟିଏମସିର ୬ ସାଂସଦ ଦିଲ୍ଲୀ ଯାଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିବେ। ଟିଏମସି ନେତା ଫରହାଦ ହକୀମ କହିଛନ୍ତି, ‘ଆମ ସାଂସଦ ଆସନ୍ତାକାଲି ସୌଗତ ରାୟଙ୍କ ନେତୃତ୍ବରେ ଇସିଆଇଙ୍କ ନିକଟକୁ ଯିବେ। ଘଟଣାର ଯାଞ୍ଚ ପାଇଁ ଦାବି କରିବେ। ବିଜେପିର ଜଣେ ସାଂସଦ କହିଥିଲେ ୧୦ ତାରିଖକୁ ଅପେକ୍ଷା କରନ୍ତୁ। ଏହା ପରେ ଏଡିଜି (ଲ ଆଣ୍ଡ ଅର୍ଡର) ଏବଂ ଡିଜିଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦିଆଗଲା। ଯେତେବେଳେ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା ସେତେବେଳେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ କର୍ମୀ କିମ୍ବା ଏମଜିଏମଟି ନଥିଲେ। ଏସବୁର ଯାଞ୍ଚ ହେବା ଆବଶ୍ୟକ।’

wp:embed {"url":"https://twitter.com/ANI/status/1369988027368361990","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1369988027368361990
/wp:embed

ଅନ୍ୟପଟେ ଟିଏମସି ନେତା ପାର୍ଥ ଚାଟାର୍ଜୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ପାଇଁ ଶୁକ୍ରବାର କଳା ପତାକା ଉଡ଼ାଇବାକୁ ଆହ୍ବାନ ଦେଇଛନ୍ତ। ଶୁକ୍ରବାର  ଅପରାହ୍ଣ ୩ଟାରୁ ୫ ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକର୍ତ୍ତା ମୁହଁରେ କଳ କପାଡ଼ା ବାନ୍ଧି ଆକ୍ରମଣକୁ ନିନ୍ଦା କରିବେ ବୋଲି ପାର୍ଥ ଚାଟାର୍ଜୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.