ଟିଏମସି ସାଂସଦଙ୍କ ଗାଡି ଧକ୍କାରେ ଶିଶୁ ପୁତ୍ରର ମୃତ୍ୟୁ, ନ୍ୟାୟ ଦାବି କଲେ ବାପା-ମାଆ

Published By : Prameya-News7 Bureau | November 16, 2022 IST

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ସାଂସଦ ଅବୁ ତାହେର ଖାନଙ୍କ ଗାଡ଼ି ଧକ୍କାରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଅବୁ ତାହେର ରାଜ୍ୟରେ କ୍ଷମତାରେ ଥିବା ଟିଏମସିର ନେତା । ଦୁର୍ଘଟଣା ପରେ ଶିଶୁ ପୁତ୍ରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସାଂସଦଙ୍କ କହିବା ଅନୁସାରେ, ଶିଶୁଟି ହଠାତ ତାଙ୍କ କାର ଆଗକୁ ଚାଲି ଆସିଥିଲା।

ସୂଚନା ଅନୁସାରେ ଶିଶୁଟି ନିଜ ମାଆ ସହ ବ୍ୟାଙ୍କ ଯାଉଥିଲା । ଦୁର୍ଘଟଣା ଘଟିବା ସମୟରେ ସାଂସଦ ଗାଡିରେ ଉପସ୍ଥିତ ଥିଲେ। ଏହି ଘଟଣାରେ ସାଂସଦ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପିଲାଟିର ବାପା-ମାଆ ଏବେ ନ୍ୟାୟ ଦାବି କରିଛନ୍ତି ଏବଂ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା କହିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁର୍ଘଟଣା ସମୟରେ ଗାଡି ୭୦-୮୦ କିଲୋମିଟର ବେଗରେ ଯାଉଥିଲା । ସାଂସଦ ଅବୁ ତାହେର ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.