scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଣମାଧ୍ୟମକୁ ‘ଦୁଇ ପଇସା’ର କହି ଫସିଲେ ସାଂସଦ ମହୁଆ ମୋଇତ୍ରା, ସୋସିଆଲ୍ ମିଡିଆରେ ନିନ୍ଦା

9/12/2020 at 4:32 PM

କୋଲକତା ୯।୧୨: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ଲୋକସଭା ସଦସ୍ୟ ମହୁଆ ମୋଇତ୍ରା ମଙ୍ଗଳବାର ଦୁଇଟି ପ୍ରମୁଖ ବେଙ୍ଗଲୀ ନ୍ୟୁଜ୍ ଚ୍ୟାନେଲକୁ ବୟକଟ୍ କରିଛନ୍ତି । ସେହି ଦୁଇଟି ଚ୍ୟାନେଲକୁ ଦୁଇ ପଇସାର ବୋଲି କହିଥନ୍ତି । ମୋଇତ୍ରାଙ୍କ ଏହି ବିବାଦୀୟ ବୟାନକୁ ନେଇ ପଶ୍ଚିମବଙ୍ଗର ଗଣମାଧ୍ୟମରେ ପ୍ରସଙ୍ଗ ଉଠାଇ କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର ରାଜ୍ୟର ନାଦିଆ ଜିଲ୍ଲାର ଗୟେଶପୁରରେ ଦଳର ଏକ ବୈଠକ ଚାଲିଥିବା ବେଳେ ମହୁଆ ମୋଇତ୍ରା କିଛି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ନିଜ ନିୟନ୍ତ୍ରଣ ହରାଇଦେଇଥିଲେ । ଏହାପରେ ସେ ସେହି ପ୍ରତିନିଧିଙ୍କୁ ଯାହା କହିଥିଲେ ତାହାକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଦେଇଥିଲେ । ତେବେ ଭାଇରାଲ୍ ଭିଡିଓରେ ଟିଏମସି ସାଂସଦ କହୁଥିଲେ କିଏ ଏହି ଦୁଇ ପଇସାର ପ୍ରେସ୍ କୁ ଏଠାକୁ ଡକାଇଛି । ଏମାନଙ୍କୁ ବୈଠକ ସ୍ଥଳରୁ ବାହାର କରିଦିଆଯାଉ । ଆମ ଦଳର କିଛି ସଦସ୍ୟ ଏମିତି ଲୋକଙ୍କୁ ଟିଭିରେ ନିଜ ମୁହଁ ଦେଖାଇବା ପାଇଁ ବନ୍ଦକୋଠରୀ ବୈଠକରେ ମଧ୍ୟ ନିମନ୍ତ୍ରିତ କରୁଛନ୍ତି । ଏଭଳି କରିବା ଉଚିତ୍ ନୁହେଁ ।

କୋଲକତା ପ୍ରେସ୍ କ୍ଲବ୍ ଟିଏମସି ସାଂସଦଙ୍କ ଏହି ବୟାନର ନିନ୍ଦା କରିଛନ୍ତି । ଏହାସହ ସାଂସଦ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ସାରା ରାଜ୍ୟର ଗଣମାଧ୍ୟମ ପ୍ରତିନିଧି ସୋସିଆଲ ମିଡିଆରେ ପୁରୁଣା ଦୁଇ ପଇସାର କଏନ ଫଟୋ ନିଜ ପ୍ରୋଫାଇଲରେ ବ୍ୟବହାର କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣ ଟିଏମସି ବିରୋଧରେ କଡା ପୋଷ୍ଟ ମଧ୍ୟ ଲେଖିଛନ୍ତି ।

   Related Posts