BJPକୁ ଧନ୍ୟବାଦ, ହେଲେ ଏବେ ସେପରି କିଛି ବିଚାର ନାହିଁ : TMC ସାଂସଦ ଦିନେଶ ତ୍ରିବେଦୀ

Published By : Prameya-News7 Bureau | February 13, 2021 IST

ନୂଆଦିଲ୍ଲୀ ୧୩।୨: ସଂସଦ ଉଚ୍ଚ ସଦନରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଦିନେଶ ତ୍ରିବେଦୀ ଶୁକ୍ରବାର ଇସ୍ତଫା ଘୋଷଣା କରିଥିଲେ। ତେବେ ସଂସଦରୁ ତାଙ୍କର ଇସ୍ତଫା ଓ ବିଜେପିରେ ଯୋଗଦାନ ନେଇ ଚାଲିଥିବା ଚର୍ଚାରେ ସେ ଶନିବାର ବିରାମ ଲଗାଇଛନ୍ତି। ପ୍ରସଙ୍ଗରେ ସେ ଗଣମାଧ୍ୟମକୁ ବୟାନ ଦେଇଛନ୍ତି। ଏଥିରେ ମମତା ବାନାର୍ଜୀଙ୍କ ସମ୍ପର୍କରେ କହିଛନ୍ତି।

ସେ କହିଛନ୍ତି ଯେ ମମତା ବାନାର୍ଜୀ ଠିକ୍‌ କହିଛନ୍ତି, ମୋତେ ମୋ ମଥାକୁ ଉଚ୍ଚା ରଖିବାକୁ ହେବ। ତେବେ ସେ ଜାଣିବା ଦରକାର ପ୍ରତ୍ୟେକଙ୍କ ମୁଣ୍ଡ ଉଚ୍ଚା ରହିବା ଆବଶ୍ୟକ। ଯଦି ପାର୍ଟିରେ ହିଂସାର ବାତାବରଣ ରହେ ତେବେ ଭୟ ରହିବା ସ୍ୱଭାବିକ। ଏଥିରେ କେହି କେବେ ହେଲେ ମୁଣ୍ଡ ଉଠାଇ ପାରିବନାହିଁ ବୋଲି ସେ କହିଛନ୍ତି।

ସେହିପରି ତାଙ୍କର ବିଜେପିରେ ଯୋଗଦାନ ସମ୍ଫର୍କରେ ମଧ୍ୟ ସେ କହିଛନ୍ତି। ବିଜେପି ଓ ଦଳର ବରିଷ୍ଠନେତାଙ୍କ ନିକଟରେ ସେ ଋଣି ବୋଲି କହିଛନ୍ତି। ସେମାନେ ଦଳରେ ମୋତେ ସ୍ୱାଗତ କରିଛନ୍ତି। ଏହା ମୋ ଲାଗି ବାସ୍ତବରେ ବିଶେଷାଧିକାର ବୋଲି ମୁଁ ଭାବୁଛି। ତେବେ  ମୋର ସେଭଳି କୌଣସି ନିଷ୍ପତ୍ତି ନାହିଁ ବୋଲି କହିଛନ୍ତି। ପ୍ରଥମେ ମୁଁ ମୋତେ ଭଲ ରୂପେ ସେଟେଲ କରିବା ପରେ ହିଁ ଯାହା କିଛି ନିଷ୍ପତ୍ତି ନେବି ବୋଲି କହିଛନ୍ତି ତ୍ରିବେଦୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.