ରାଜ୍ୟସଭାରେ ଟିଏମସି ସାଂସଦ କହିଲେ- ବିଜେପିର କେତେ ଜଣ ସାଂସଦ ଏହି ବିଲ୍ ପଢ଼ିଛନ୍ତି? ଜାଣନ୍ତୁ କେଉଁ ଦଳ କ’ଣ କହିଲା

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦/୦୯: ଲୋକସଭା ପରେ ରାଜ୍ୟସଭାରେ ଆଜି କୃଷି ସମ୍ବନ୍ଧିତ ଦୁଇଟି ବିଲ ଉପସ୍ଥାପନ କରାଯାଇଛି। ବିରୋଧୀଙ୍କ ବିରୋଧ ମଧ୍ୟରେ ଆଜି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଜ୍ୟସଭାରେ ଦୁଇଟି ବିଲ ଉପସ୍ଥାପନ କରିଛନ୍ତି। ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ ଶାଣିତ ସ୍ବରରେ ପଚାରିଛନ୍ତି ଏହି ବିଲକୁ ସମର୍ଥନ କରୁଥିବା କେତେ ଜଣ ସାଂସଦ ଏହାକୁ ପଢ଼ିଛନ୍ତି?

ରାଜ୍ୟସଭାରେ କୃଷି ବିଲ ସମ୍ପର୍କରେ ସେ କହିଛନ୍ତି ‘ଆପଣ କହିଥିଲେ କୃଷକଙ୍କ ଆୟ ୨୦୨୨ ସୁଦ୍ଧା ଡବଲ ହୋଇଯିବ। ମାତ୍ର ଏବେ ଯେଉଁ ଦାମ ଚାଲିଛି ସେହି ହିସାବରେ ଚାଷୀର ଆୟ ୨୦୨୮ ବେଳକୁ ଡବଲ ହୋଇପାରିବ ନାହିଁ। ମୁଁ ମଧ୍ୟ ବଡ଼ ବଡ଼ କଥା କହିପାରିବି।’

ଏହି ବିଲକୁ ନେଇ ପୂରା ଦେଶରେ ବିରୋଧ ହେଉ ନାହିଁ, ଚାଷ ଧୀରେ ଧୀରେ କର୍ପୋରେଟ୍ ହାତକୁ ଯାଉଛି: ସଞ୍ଜୟ ରାଓ୍ବତ

wp:core-embed/twitter {"url":"https://twitter.com/ANI/status/1307543546145112064","type":"rich","providerNameSlug":"twitter","className":""}
https://twitter.com/ANI/status/1307543546145112064
/wp:core-embed/twitter

ଯେତେବେଳେ ପୂରା ଦେଶ ଲକଡାଉନରେ ଘରେ ବସିଥିଲା ସେତେବେଳେ ଚାଷୀ କ୍ଷେତରେ କାମ କରୁଥିଲା। ସେଥିପାଇଁ ତ ଆଜି ଆମେ ଖାଉଛେ। ଏହି ବିଲ୍ ପାସ୍ ହେବା ପରେ ରୋଜଗାର ଡବଲ ହୋଇଯିବ, ଚାଷୀ ଆତ୍ମହତ୍ୟା କରିବ ନାହିଁ ଓ ତାଙ୍କ ପିଲା ଭୋକରେ ଶୋଇବେ ନାହିଁ। ଏବେ ଆପଣ ଏ କଥା ଯଦି ଆଶ୍ପସ୍ତ କରୁଛନ୍ତି ତାହେଲେ ଏହା ସରାକରଙ୍କ ସଫଳତା ହେବ। ଏହି ବିଲକୁ ନେଇ ପୂରା ଦେଶରେ ବିରୋଧ ହେଉ ନାହିଁ। ନିଶ୍ଚିତ ଏ ବିଲକୁ ନେଇ କିଛି ଭ୍ରାନ୍ତି ଅଛି। କ’ଣ କେନ୍ଦ୍ର ମନ୍ତ୍ରୀ ଗୁଜବ ପାଇଁ ଇସ୍ତଫା ଦେଇଛନ୍ତି। ଏବେ ତ ଆରମ୍ଭ ହୋଇ ନାହିଁ ଆପଣ ଶେଷ କରିବାକୁ କହୁଛନ୍ତି। ଚାଷ ଧୀରେ ଧୀରେ କର୍ପୋରେଟ୍ ହାତକୁ ଯାଉଛି ବୋଲି ସଞ୍ଜୟ କହିଛନ୍ତି।

କୃଷି ବିଲ ସମର୍ଥନରେ ଜେଡିୟୁ: ଜେଡିୟୁ ସାଂସଦ ରାମ ଚନ୍ଦ୍ର ପ୍ରସାଦ ସିଂହ କହିଛନ୍ତି  ଅଟଳ ବିହାର ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଓ ନୀତିଶ କୁମାର କୃଷି ମନ୍ତ୍ରୀ ଥିବା ବେଳେ ପ୍ରଥମ ଥର କୃଷି ଉପ​‌ରେ ନୀତି ସେତେବେଳେ ଆସିଥିଲା । ଏ ଦୁଇଟି ବିଲ ଖୁବ ଭଲ ଓ ଚାଷୀଙ୍କ ଆୟ ବଢ଼ିବାରେ ସାହାଯ୍ୟ କରିବ।

କଂଗ୍ରେସ ସାଂସଦଙ୍କ ସରାକରଙ୍କ ଉପରେ ଅଭିଯୋଗ: ରାଜ୍ୟସଭାରେ ଆଜି ଅର୍ଥାତ ରବିବାର ସରକାରଙ୍କ ଉପରେ ଅଭିଯୋଗ ଆଣିଛି କଂଗ୍ରେସ । ସେ ଅଭିଯୋଗ କରିଛି ଯେ ନ୍ୟୁନତମ ସମର୍ଥନ ମୂଲ୍ୟ (ଏମଏସପି) ଶେଷ କରିବା ଓ କର୍ପୋରେଟ୍ ଜଗତକୁ ଫାଇଦା ପହଞ୍ଚାଇବା ପାଇଁ ଦୁଇଟି ନୂଆ କୃଷି ବିଲ ଅଣାଯାଇଛି। ଅବଶ୍ୟ ସରକାର ଏହାକୁ ଖଣ୍ଡନ କରି କହିଛନ୍ତି ଚାଷୀଙ୍କୁ ବଜାରର ବିକଳ୍ପ ଓ ତାଙ୍କ ଫଇସଲାକୁ ଉପଯୁକ୍ତ ମୂଲ୍ୟ ଦେବା ଉଦ୍ଦେଶ୍ୟରେ ଏହି ବିଲ ଅଣାଯାଇଛି। ରାଜ୍ୟସଭାରେ କଂଗ୍ରେସର ପ୍ରତାପ ସିଂହ ବାଜଓ୍ବା ଆରୋପ ଲଗାଇଛନ୍ତି ଦୁଇଟି ବିଲ ଚାଷୀଙ୍କ ଆତ୍ମାକୁ କ୍ଷତି ପହଞ୍ଚାଇଛି, ଏହା ଭୁଲ ତରିକାରେ ପ୍ରସ୍ତୁତ କରାଯାଇଛି। ଏହା ସହ ଭୁଲ ସମୟରେ ଉପସ୍ଥାପନ କରାଯାଉଛି। ସେ କହିଛନ୍ତି ଏବେ ପ୍ରତିଦିନ କରୋନା ଭାଇରସରେ ହଜାର ହଜାର ମାମଲା ସାମ୍ନାକୁ ଆସୁଛି ଓ ସୀମାରେ ଚୀନ ସହ ବିବାଦ ଜାରି ରହିଛି।

ସେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟ ଏମଏସପିକୁ ଶେଷ କରିବା ଓ କର୍ପୋରେଟ୍ ଜଗତକୁ ଅଗ୍ରାଧିକାର ଦେବା। ସେ ପ୍ରଶ୍ନ କରିଛନ୍ତି ସେ କ’ଣ ସରକାର ନୂଆ ପଦକ୍ଷେପ ନେବା ପୂର୍ବରୁ ଚାଷୀ ସଂଗଠନ ସହ ଆଲୋଚନା କରିଥିଲେ? ଦୁଇଟି ବିଲ ଦେଶର ସଂଘୀୟ ଢ଼ାଞ୍ଚା ସହ ଖେଳିବା ସଦୃଶ। ଯେଉଁମାନଙ୍କୁ ଫାଇଦା ଦେବାକୁ ଚାହୁଁଛନ୍ତି ସେମାନେ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନାହାନ୍ତି। ଏମିତିରେ ନୂଆ ଆଇନର ଆବଶ୍ୟକତା କ’ଣ? ଦେଶର ଚାଷୀ ମୂର୍ଖ ନୁହନ୍ତି ଓ ସେ ସରକାରଙ୍କ ପଦକ୍ଷେପକୁ ବୁଝନ୍ତି ବୋଲି ପ୍ରତାପ କହିଛନ୍ତି।

ସେ କୃଷକ ଉତ୍ପାଦନ ବ୍ୟପାର ଓ ବାଣିଜ୍ୟ ବିଲ ୨୦୨୦ ତଥା କୃଷକ ​‌(ସଶ୍ତିକରଣ ଓ ସଂରକ୍ଷଣ) ଆଶ୍ପାସନା ଓ କୃଷି ସେବା ବିଲ ୨୦୨୦ର ଗୃହରେ ଏକ ସଙ୍ଗରେ ହେଉଥିବା ଚର୍ଚାର ଆରମ୍ଭ କରୁଥିଲେ।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ଉପସ୍ଥାପନ କଲେ ଦୁଇଟି ବିଲ୍: କୃଷି ସହ ଜଡ଼ିତ ଦୁଇଟି ବିଲ ଲୋକସଭାରେ ପାସ୍ ହେବା ପରେ କେନ୍ଦ୍ର ସରକାର ଆଜି ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। ରାଜ୍ୟସଭାରେ ଏହି ବିଲ ଉପରେ ଚର୍ଚା ପାଇଁ ଚାରି ଘଂଟା ସମୟ ସ୍ଥିର ହୋଇଛି। ଏହି ବିଲକୁ ରାଜ୍ୟସଭାରେ ଉପସ୍ଥାପନ କରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଦୁଇଟି ବିଲ ଐତିହାସିକ ଓ ଚାଷୀଙ୍କ ଜୀବନରେ କ୍ରାନ୍ତିକାରୀ ପରିବର୍ତନ ଆଣିବ। ଏହି ବିଲ ମାଧ୍ୟମରେ ଚାଷୀ ନିଜର ଫସଲକୁ କୌଣସି ଜାଗାରେ ବି ନିଜ ମନପସନ୍ଦ ମୂଲ୍ୟରେ ବିକ୍ରି କରିପାରିବ। ଏହି ବିଲ ଦ୍ବାରା ଚାଷୀଙ୍କୁ ମହଙ୍ଗା ଫସଲ ଚାଷ କରିବା ସୁଯୋଗ ମିଳିବ।

ଅନ୍ୟପଟେ ଏହି ବିଲକୁ ସମାଜବାଦୀ ପାର୍ଟି ଓ କଂଗ୍ରେସ ସାଂସଦ ଏହାକୁ ବିରୋଧ କରିଥିବା ବେଳେ ଜେଡିୟୁ ଏହାକୁ ସମର୍ଥନ କରିଛି।

କଂଗ୍ରେସ ଓ ବିଜେପି ରାଜ୍ୟସଭାରେ ନିଜର ସମସ୍ତ ସଦସ୍ୟକୁ ଗୃହରେ ଉପସ୍ଥିତ ରହିବାକୁ କହିଛନ୍ତି। ରାଜ୍ୟସଭାରେ ଏନଡିଏର ବହୁମତ ନାହିଁ। ଏହା ସହ ଏନଡିଏର ଶିରୋମଣି ଅକାଳୀ ଦଳ ମଧ୍ୟ ଏହି ବିଲ ବିରୋଧରେ। ଏହା ସହ କଂଗ୍ରେସ ଅଣ ଏନଡିଏ ଦଳ ସହି ମିଶି ଏହି ବିଲ ବିରୋଧରେ ଛିଡ଼ା ହୋଇଛି। ଦଳ ଆଲୋଚନା ସମୟରେ ଏହି ବିଲକୁ ସିଲେକ୍ଟ କମିଟି ପଠାଇବାକୁ ଦାବି କରିବ। ଏ ପାଇଁ ସରକାରଙ୍କ ଉପରେ ଯଥାସମ୍ଭବ ଚାପ ପ୍ରୟୋଗ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.