oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ସଂସଦରେ ମହୁଆ ମୋଇତ୍ରଙ୍କ ପ୍ରଶ୍ନ- Air India ଘରୋଇକରଣ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ଯଥାର୍ଥତା କ’ଣ?

22/03/2022 at 7:45 PM

ନୂଆଦିଲ୍ଲୀ ୨୨।୩: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ  ମହୂଆ ମୋଇତ୍ର ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି। ଏୟାର ଇଣ୍ଡିଆର ଘରୋଇକରଣ ପରେ ଏପରି ମନ୍ତ୍ରାଳୟଙ୍କ ଯଥାର୍ଥତା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଲୋକସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ଖର୍ଚ୍ଚ ଦାବି ଚର୍ଚ୍ଚାରେ ଭାଗ ନେଇ ମୋଇତ୍ର ଏହି ପ୍ରଶ୍ନ କରିଥିବା ବେଳେ ଏବେ ଏନେଇ ଆଲୋଚନାର ଆଉ ଆବଶ୍ୟକତା ନଥିବା କହିଛନ୍ତି।

ସେ କହିଛନ୍ତି ଯେ ବରଂ ଏକ ସମଗ୍ର ପରିବହନ ମନ୍ତ୍ରାଳୟ ଗଠନ କରି ଏଥିରେ ଏବେ ଏହି ମନ୍ତ୍ରାଳୟକୁ ବିଲୟ କରିଦିଆଯାଉ।    ଗତମାସରେ ଏୟାର ଇଣ୍ଡିଆର ଘରୋଇକରଣ ହୋଇସାରିଛି। ଏଣୁ ସରକାରଙ୍କ ହାତରୁ ତାଙ୍କର ବିମାନ ସଂସ୍ଥା ଚାଲିଯାଇଛି।  ପ୍ରଥମରୁ ଏହା ବିଫଳ ଥିଲା ଓ ଏବେ ଆମକୁ ଆଗକୁ ଯିବାକୁ ଅଛି ବୋଲି ସେ କହିଛନ୍ତି।  ଏବେ ଆମେ ଏହା ଆଶା କରିପାରିବା ଯେ ଆବଶ୍ୟକତା ପଡିଲେ ଜରୁରି ପରିସ୍ଥିତିରେ ଘରୋଇ କ୍ଷେତ୍ରରୁ ପର୍ଯ୍ୟାପ୍ତ ବିମାନ ଉପଲବ୍ଧ କରାଇବା ପାଇଁ  ସରକାର ବିସ୍ତୃତ ନିୟମ ଓ ପ୍ରକ୍ରିୟା ସୁନିଶ୍ଚିତ କରିପାରିବେ ବୋଲି ସେ କହିଛନ୍ତି।

ମୋଇତ୍ର କହିଛନ୍ତି ଯେ ୨୦୧୪ ମସିହାରେ ଏୟାର ଇଣ୍ଡିଆରେ ବେ ସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ମୋଟ ବଜେଟର ୬୦ରୁ ୯୫ ପ୍ରତିଶତ ବ୍ୟୟ ହୋଇଥିଲା। ସରକାର ଏବେ ଏହି ସଂସ୍ଥାକୁ ବିକ୍ରି କରିସାରିଛନ୍ତି ଓ ଏଥିଲାଗି ନେଇଥିବା ପଦକ୍ଷେପକୁ ଐତିହାସିକ ସଫଳତା ବୋଲି କହୁଛନ୍ତି। ହେଲେ  କହିବା ବେଳେ ଭୁଲି ଯାଉଛନ୍ତି ଯେ କୁପରିଚଳାନା ଯୋଗୁ ଗତ ୧୦ ବର୍ଷରେ ଏହି ସଂସ୍ଥା ୧୨୦, ୦୦୦ କୋଟି ଟଙ୍କା ଖର୍ଚ୍ଚ କରିଦେଇଛି। ସେହିପରି  ସ୍ଥାନୀୟ ଯୋଗାଯୋଗ ଯୋଜନା ୟୁଡିଏଏନ ଓ ଏୟାର ଇଣ୍ଡିଆ ଘରୋଇ କରୋଣର କମ ରାଶି ଆଡକୁ ଇଶାରା କରି ୧, ୨୪୦ କୋଟି ଟଙ୍କାର ଏକ ସ୍ୱଳ୍ପ ବ୍ୟୟ ବଜେଟ୍  ର ଏକ ମନ୍ତ୍ରାଳୟ ରହି ଏବେ ସରକାରଙ୍କର କି ଲାଭ କରିବ ବୋଲି ମୋଇତ୍ର ପ୍ରଶ୍ନ କରିଛନ୍ତି।

ଭାରତ ଓ ବାଂଲାଦେଶକୁ ବାଦ ଦେଲେ ବିଶ୍ୱର କୌଣସି ଦେଶର ବେସାମରିକ ବିମାନ ଚଳାଚଳ ଲାଗି ସ୍ୱତନ୍ତ୍ର ମନ୍ତ୍ରାଳୟ ନଥିବା ମୋଇତ୍ର ଗୃହକୁ କହିଛନ୍ତି। ସେ ଆମେରିକା, ବ୍ରିଟେନ, କାନାଡା, ସିଙ୍ଗାପୁର, ଜର୍ମାନୀ ଓ ଜାପାନକୁ  ଏହାର ଉଦାହରଣ ଭାବେ ଉପସ୍ଥାପିତ କରିଛନ୍ତି। ଏହିସବୁ ଦେଶମାନଙ୍କର ମଧ୍ୟ ଦିନେ ଏହି ମାମଲାର ନିଜସ୍ୱ ମନ୍ତ୍ରାଳୟ ଥିଲା ଓ ସେମାନେ ସମସ୍ତେ କମ୍ପାନୀ ଘରୋଇକରଣ କରି ମନ୍ତ୍ରାଳୟ ମଧ୍ୟ ବନ୍ଦ କରିଦେଇଛନ୍ତି। ଏଣୁ ଆମକୁ ମଧ୍ୟ ଆଗକୁ ଯିବାକୁ ହେବ ବୋଲି ମୋଇତ୍ର କହିଛନ୍ତି।  

   Related Posts