ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଚୋର କହି ଆକ୍ରମଣ କଲେ ଲୋକେ, ଇଟା ଫିଙ୍ଗି ଭାଙ୍ଗିଲେ କାର କାଚ
26/05/2023 at 9:42 PM

ଝାରଗ୍ରାମ: ଟିଏମ୍ସି ନେତା ତଥା ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପୁତୁରା ଅଭିଷେକ ବାନାର୍ଜୀଙ୍କ କାର୍କେଡ୍ ଉପରେ ଆକ୍ରମଣ। ଶୁକ୍ରବାର ଝାରଗ୍ରାମରେ ଆନ୍ଦୋଳନକାରୀମାନେ ଏହି ଆକ୍ରମଣ କରିଥିଲେ। ଏଥିରେ ମନ୍ତ୍ରୀ ବୀରବାହା ହାନ୍ସଦାଙ୍କର ଗାଡ଼ି ଭାଙ୍ଗିଯାଇଛି।
ମିଳିଥିବା ସୂଚନା ଅନୁସାରେ, ଝାରଗ୍ରାମର ସହରରେ କ ରାଲିରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଅଭିଷେକଙ୍କ ପ୍ରୋଗ୍ରାମ ନବଜୋୱାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବୀରବାହା ହାନ୍ସଦା ମଧ୍ୟ ପହଞ୍ଚିଥିଲେ। ଅଭିଷେକ ରାଲି ସାରି ଲୋଧାଶୁଳି ଦେଇ ଶାଳବଣୀ ଯାଉଥିବା ବେଳେ ତାଙ୍କ କାର୍କେଡ୍ ଉପରେ ଆକ୍ରମଣ ହୋଇଥିଲା।
କୁର୍ମୀ ସମ୍ପ୍ରଦାୟର ଲୋକେ ଏହି ଆକ୍ରମଣ କରିଛନ୍ତି। ଗତ ମାସରେ ଏହି ସମ୍ପ୍ରଦାୟର ଲୋକେ ରାଜ୍ୟର ରାଜ୍ୟର ବିଭିନ୍ନ ଏରିଆରେ ଆନ୍ଦୋଳନ କରିଥିଲେ। ଏମାନେ ଓବିସି ବର୍ଗରେ ଥିବା ବେଳେ ତାଙ୍କୁ ଏସ୍ଟି ବର୍ଗରେ ରଖାଯାଉ ବୋଲି ସେମାନେ ଦାବି କରୁଛନ୍ତି। ଏଥିପାଇଁ ସେମାନଙ୍କ ମନରେ ସରକାରଙ୍କ ପ୍ରତି ଆକ୍ରୋଶ ରହିଛି।
ଆଜି ଯେତେବେଳେ ଅଭିଷେକଙ୍କ ଗାଡ଼ି ଆନ୍ଦୋଳନ ସ୍ଥଳ ଦେଇ ଯାଇଥିଲା ଲୋକମାନେ ତାଙ୍କୁ ଦେଖି ଚୋର ଚୋର ବୋଲି କହିବା ସହ ମନ୍ତ୍ରୀ ହାନ୍ସଦାଙ୍କ ଗାଡ଼ିକୁ ଇଟା ଫିଙ୍ଗିଥିଲେ।