'ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ପଛରେ ଅମିତ ଶାହଙ୍କ ହାତ ରହିଛି', ସାଙ୍ଘାତିକ ଅଭିଯୋଗ କଲେ ଦିଦି

Published By : Prameya-News7 Bureau | August 09, 2021 IST

କୋଲକାତା, ୦୯/୦୮:   ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଟିଏମସି ନେତା ତଥା ନିଜ ଭଣଜା ଅଭିଶେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଶାହଙ୍କ ହାତ ରହିଛି ବୋଲି ଦିଦି କହିଛନ୍ତି ।

ସୂଚନାନୁସାରେ, ତ୍ରିପୁରାରେ ଟିଏମସି ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଗୋଟି ଚାଳନା ଆରମ୍ଭ କରିଛି । ତ୍ରିପୁରାରେ ଏବେ ବିଜେପି ସରକାର ଅଛି । ଦିଦି ବିଜେପି ହାତରୁ ଶାସନ ଡୋରି ଛଡାଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଟିଏମସି ନେତା ଘନଘନ ତ୍ରିପୁରା ଗସ୍ତ କରୁଛନ୍ତି । ଏହାମଧ୍ୟରେ ଟିଏମସି ନେତା ଅଭିଷେକ ତ୍ରିପୁରା ଗସ୍ତ କରିଥିଲେ । ସେଠାରେ ତାଙ୍କୁ ଆକ୍ରମଣ କରାଯାଇତିବା ଅଭିଯୋଗ ହୋଇଥିଲା । ଅଭିଷେକ ଏବେ କୋଲକାତାରେ ଚିକିତ୍ସିତ ହେଉଛନ୍ତି ।

ମମତା କହିଛନ୍ତି ଯେ, ତ୍ରିପୁରାରେ ଅଭିଷେକ ଓ କିଛି ଛାତ୍ର ନେତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିପାଇଁ ଅମିତ ଶାହ ଦାୟୀ । ଏହି ସବୁକୁ ସେ ଖାତିର କରୁନାହାଁନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିନା ଏହି ଆକ୍ରମଣ ସମ୍ଭବପର ନୁହେଁ । ତେଣୁ ପୋଲିସ ଚୁପ ରହୁଛି । କାର୍ଯ୍ୟାନୁଷ୍ଠାନ ନେଉନାହିଁ ।

ଦିଦି ଆହୁରି କହିଛନ୍ତି ଯେ, ଅଗରତାଲାର ଧର୍ମନଗରରେ ଗୁଳିଚାଳନା ସହ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି । ଅଭିଷେକଙ୍କୁ କିଛି ବ୍ୟକ୍ତି କଳାପତାକା ମଧ୍ୟ ଦେଖାଇଥିଲେ । ବିଜେପି କାର୍ଯ୍ୟକର୍ତ୍ତା ଏପରି କରିଛନ୍ତି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.