ମମତା ବାନାର୍ଜୀଙ୍କୁ ଝଟକା, ପଦ ଛାଡ଼ିଲେ କୁନାଲ ଘୋଷ

Published By : Prameya-News7 Bureau | March 01, 2024 IST

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କୁ ଝଟକା। ଟିଏମସି ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ କୁନାଲ ଘୋଷ ତୃଣମୂଳ କଂଗ୍ରେସର ରାଜ୍ୟ ସଂପାଦକ ଏବଂ ଦଳ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସେ ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରୁ ମଧ୍ୟ ସମ୍ପାଦକ ପରିଚୟ ହଟାଇଥିଲେ

ଏଥିରେ ସେ ଦଳର ରାଜ୍ୟ ସଂପାଦକ ଏବଂ ମୁଖ୍ୟପାତ୍ର ପଦରେ ରହିବାକୁ ଚାହୁନଥିବା କହିବା ସହ ଏହି ପଦ ପାଇଁ ଅକ୍ଷମ ଥିବା ଦର୍ଶାଇଛନ୍ତି। ଅବଶ୍ୟ ସେ ଦଳରେ ରହି ସିପାହୀ ରହିବେ ବୋଲି କହିଛନ୍ତି । ଏହି ପୋଷ୍ଟରେ ସେ ସନ୍ଦେଶଖାଲୀର ମଧ୍ୟ ଉଲ୍ଲେଖ କରିଛନ୍ତି। ଆହୁରି ମଧ୍ୟ ନିଜର ପୋଷ୍ଟରେ ମମତା ବାନାର୍ଜୀଙ୍କୁ ନିଜର ନେତା, ଅଭିଷେକ ବାନାର୍ଜୀଙ୍କୁ କମାଣ୍ଡର ଏବଂ ଏଆଇଟିସି ଅଫିସିଆଲକୁ ନିଜ ଟିମ୍‌ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଉଦ୍ଧବଙ୍କୁ ୨୧, କଂଗ୍ରେସକୁ ୧୫ ଆସନ…ଶରଦ ପାୱାରଙ୍କ ଘରେ ସିଟ୍ ସେୟାରିଂକୁ ନେଇ ବାହାରିଲା ଫର୍ମୁଲା

କୁହାଯାଉଛି ଯେ, କୁନାଲ ଘୋଷ ପଦ ଛାଡ଼ିବା ସହ ରାଜ୍ୟ ତରଫରୁ ଦିଆଯାଇଥିବା ସୁରକ୍ଷା ମଧ୍ୟ ଛାଡ଼ିଛନ୍ତି। କୁନାଲ ସକାଳୁ ରାଜ୍ୟ ଦ୍ବାରା ତାଙ୍କୁ ମିଳିଥିବା ସୁରକ୍ଷା ଗାର୍ଡଙ୍କୁ ହଟାଇଥିଲେ। ସୂତ୍ର ଅନୁଯାୟୀ, ତାଙ୍କର କଲିକତାର ଏକ ପ୍ରଭାବଶାଳୀ ନେତାଙ୍କ ସହ ତିକ୍ତତା ରହିଛି। ଆଉ ଏହି କ୍ରମରେ ଏଭଳି ସେ କରିଥିବା ଆଲୋଚନା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.