ଉପନିର୍ବାଚନ ବିଳମ୍ବ ହେଲେ ଯିବ ଦିଦିଙ୍କ ଚୌକି, ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲେ ଟିଏମସି ନେତା

Published By : Prameya-News7 Bureau | July 15, 2021 IST

କୋଲକାତା ୧୫/୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ସିଟ୍‌ରୁ ହାରି ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କୁ ନେଇ ଟିଏମସିରେ ଚିନ୍ତା ବଢ଼ିଛି। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ହେ​‌ଲେ ୫ ନଭେମ୍ବର ପୂର୍ବରୁ ନିର୍ବାଚନ ଜିତି ବିଧାନସଭା ପହଞ୍ଚିବାକୁ ହେବ। ଏହି ପରିସ୍ଥିତିରେ ଉପନିର୍ବାଚନକୁ ନେଇ କୌଣସି ଖବର ନମିଳିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି।

ଏହାକୁ ନେଇ ଦଳର ନେତା ଗୁରୁବାର ନୂଆଦିଲ୍ଲୀର ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ପହଞ୍ଚି ଖାଲିପଡ଼ିଥିବା ସିଟ୍‌ରେ ଶୀଘ୍ର ଉପନିର୍ବାଚନ କରାଇବାକୁ ଦାବି କରିଛନ୍ତି । ଯଦି କରୋନା ପାଇଁ ଉପନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହୋଇଯାଏ ତେବେ ଦିଦିଙ୍କୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ଦଳର ନେତାଙ୍କୁ ଭୟ ଘାରିଛି। ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ‘ଆଜି ଟିଏମସି ପ୍ରତିନିଧିମଣ୍ଡଳ ୭ଟି ବିଧାନସଭା ଆସନରେ ଉପପିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହ ଦିଲ୍ଲୀରେ ସାକ୍ଷାତ କରିଛନ୍ତି। ସମସ୍ତ ଉପନିର୍ବାଚନ ୬ ମାସ ମଧ୍ୟରେ ସମ୍ପନ୍ନ କରିବାକୁ ଆମେ  ଦାବି କରିଛୁ। ସେ ଆମ କଥା ଶୁଣିଛନ୍ତି ଏବଂ ଆଶା ଅଛି ଚର୍ଚ୍ଚା ସଫଳ ହେବ।’  

wp:embed {"url":"https://twitter.com/ANI/status/1415639852075216905","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1415639852075216905
/wp:embed

ବିଧାନସଭା ନିର୍ବାଚନରେ ଭାବନୀପୁର ସିଟ୍‌ରୁ ଜିତିଥିବା ଶୋଭନଦେବ ଚଟ୍ଟୋପାଧ୍ୟାୟ ଦିଦିଙ୍କ ପାଇଁ ସିଟ୍‌ ଛାଡ଼ିଦେଇଛନ୍ତି। ମମତା ବାନାର୍ଜୀ ଏହି ସିଟ୍‌ରୁ ଦୁଇ ଥର ନିର୍ବାଚିତ ହୋଇଛନ୍ତି। ଭବାନୀପୁର ବ୍ୟତୀତ ଦିନହାଟା, ଶାନ୍ତିପୁର, ସମସେରଗଞ୍ଜ, ଖାରଦାହ ଏବଂ ଜାଙ୍ଗୀପୁର ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ହେବାର ଅଛି। ଏହି ସବୁ ସିଟ୍‌ ମୃତ୍ୟୁ ଏବଂ ଇସ୍ତଫା ଯୋଗୁ ଖାଲିପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.