କୋଲକାତା : ପଶ୍ଚିମବଙ୍ଗରେ ଶାସକ ଦଳ ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ (ଟିଏମସି) ସୋମବାର ବେଙ୍ଗଲ ବିରୋଧୀ ଏଜେଣ୍ଡା ଚଳାଇବା ଅଭିଯୋଗରେ ୩ଟି ନ୍ୟୁଜ ଚ୍ୟାନେଲଙ୍କୁ ବହିଷ୍କାର ଘୋଷଣା କରିଛି। କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିକ୍ଷୋଭ ମଧ୍ୟରେ ଏହି ଟିଭି ଚ୍ୟାନେଲମାନେ ବେଙ୍ଗଲ ବିରୋଧୀ ଏଜେଣ୍ଡା ଚଳାଉଥିବା ଅଭିଯୋଗ କରିଛି।
ଏ ନେଇ ଟିଏମସି ସୋମବାର ଏକ ବୟାନ ଜାରିକରି ଚର୍ଚ୍ଚା ଲାଗି ବେଙ୍ଗଲ ବିରୋଧୀ ଏଜେଣ୍ଡା ଚଳାଉଥିବା ୩ ଚ୍ୟାନେଲକୁ ତାଙ୍କ ପାର୍ଟି ମୁଖପାତ୍ରମାନଙ୍କୁ ପଠାଇବେ ନାହିଁ ବୋଲି କହିଛି। ପାର୍ଟି ଅଭିଯୋଗ କରିଛି ଯେ ଏହି ଚ୍ୟାନେଲମାନେ ଦିଲ୍ଲୀର ଜମିଦାରଙ୍କୁ ଖୁସି କରିବାକୁ ବାଧ୍ୟ, କାରଣ ସେମାନଙ୍କ ପ୍ରମୋଟର, କମ୍ପାନୀ ଯାଞ୍ଚ ଓ ପ୍ରବର୍ତ୍ତନ ମାମଲାର ସାମ୍ନା କରୁଛନ୍ତି। ଏଥିରେ ଲୋକଙ୍କୁ ଏହା ବି ଅପିଲ କରାଯାଇଛି ଯେ ଟିଭି ଡିବେଟ କାଳରେ ପାର୍ଟି ସମର୍ଥକ ଅଥବା ସମର୍ଥକ ରୂପେ ଉପସ୍ଥାପିତ କରି ଲୋକଙ୍କ ଭ୍ରମିତ ନ କରାଯାଉ।
ଏହି ମାମଲାକୁ ନେଇ ଏବେ ମମତା ବାନାର୍ଜୀ ଓ ବିଜେପି ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି। ବିଜେପି ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୋଇଥିବା କହି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଏହାର ଜବାବରେ ଟିଏମସି କହିଛି ଯେ ଗଣତାନ୍ତ୍ରିକ ରୂପେ ନିର୍ବାଚିତ ମମତା ବାନାର୍ଜୀ ସରକାରଙ୍କୁ ଅସ୍ଥିର କରିବା ପାଇଁ ବିଜେପିର ଏହା ଏକ ଉଦ୍ୟମ । ଏହା ଛଡା ବିଜେପିର ବେଙ୍ଗଲ ବନ୍ଦ ବିରୋଧରେ ଟିଏମସି ୩ ଦିବସୀୟ ପ୍ରଦର୍ଶନ ଲାଗି ଘୋଷଣା କରିଥିଲା। ସେହିପରି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରି ଦୋଷୀଙ୍କ ଲାଗି ଫାଶୀ ଦଣ୍ଡ ସାଙ୍ଗକୁ ଏଥିପାଇଁ ଥିବା ଆଇନରେ ସୁଧାର କରିବାକୁ ଘୋଷଣା କରିଥିଲା।