ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କେନ୍ଦ୍ରମନ୍ତ୍ରୀ ନୀତୀଶ ପ୍ରମାଣିକଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ, ରାଷ୍ଟ୍ରପତିଙ୍କୁ ସାକ୍ଷାତ ନେଇ ସମୟ ମାଗିଲା ତୃଣମୂଳ କଂଗ୍ରେସ

19/11/2022 at 10:33 PM

କୋଲକାତା: କେନ୍ଦ୍ରମନ୍ତ୍ରୀ ନୀତୀଶ ପ୍ରମାଣିକଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ବାହାରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ନେଇ ସମୟ ମାଗିଲା ତୃଣମୂଳ କଂଗ୍ରେସ । ୧୩ ବର୍ଷ ତଳର ଏକ ଚୋରି ମାମଲାରେ ପଶ୍ଚିମବଙ୍ଗର ଏକ କୋର୍ଟ ଶୁଣାଣି କରି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନୀତୀଶ ପ୍ରମାଣିକଙ୍କ ବିରୋଧର ଗିରଫ ପରଓ୍ବାନା ଜାରି କରିଛନ୍ତି । ଯାହାକୁ ନେଇ ଟିଏମସିର ୭ ଜଣିଆ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟ କରିବାକୁ ସମୟ ମାଗିଛନ୍ତି ।

୨୦୦୯ରେ ଆଲ୍ଲିପୁରରେ ଏକ ସୁନା ଦୋକାନରୁ ଗହଣା ଚୋରି ହୋଇଥିଲା । ଏହି ଚୋରି ଘଟଣାରେ ନୀତୀଶ ପ୍ରାମାଣିକ ସମ୍ପୃକ୍ତ ଥିବା ନେଇ ମାମଲା ରୁଜୁ ହୋଇଥିଲା । ତେବେ ଶୁକ୍ରବାର ଆଲ୍ଲିପୁର ଜିଲ୍ଲା ଅଦାଲତ ୧୩ ବର୍ଷ ପୂରୁଣା ମାମଲାର ଶୁଣାଣି କରିଥିଲେ । ଏଥିରେ ସମ୍ପୃକ୍ତି ଥିବା କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନୀତୀଶ ପ୍ରମାଣିକଙ୍କୁ ତୁରନ୍ତ ଗିରଫ ନେଇ ଓ୍ବାରେଣ୍ଟ ଜାରି କରିଛନ୍ତି । ଏନେଇ ଟିଏମସିର ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହିତ ଏବାବଦରେ ଆଲୋଚନା କରିବାକୁ ନେଇ ସମୟ ମାଗିଛନ୍ତି ।

ନୀତୀଶ ପ୍ରମାଣିକ ୨୦୧୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ଏବେ କେନ୍ଦ୍ର ସରକାରଙ୍କ ଗୃହ ରାଜ୍ୟମନ୍ତ୍ରୀ ଅଛନ୍ତି । ଏହାକୁ ପୂର୍ବରୁ ସେ ତୃଣମୂଳ କଂଗ୍ରେସରେ ଥିଲେ ।

   Related Posts