scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ୟାକ୍ସି ଡ୍ରାଇଭରଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଭୁଲରେ ପଠାଇ ଦେଇଥିଲା ୯ହଜାର କୋଟି ଟଙ୍କା, ଏବେ MD  ଦେଲେ ଇସ୍ତଫା

29/09/2023 at 7:02 PM

ଚେନ୍ନାଇ ୨୯।୯: ତାମିଲନାଡୁ ମାର୍କେଣ୍ଟାଇଲ ବ୍ୟାଙ୍କ (ଟିଏମବି) ଏମଡି ତଥା ସିଇଓ ଏସ୍. କୃଷ୍ଣନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କୃଷ୍ଣନଙ୍କ ଏହି ଇସ୍ତଫା ଏପରି ଏକ ସମୟରେ ଆସିଛି ଯେତେବେଳେ  ବ୍ୟାଙ୍କ ଚେନ୍ନାଇର ଜନୈକ ଟ୍ୟାକ୍ସି ଡ୍ରାଇଭରଙ୍କ ଆକାଉଣ୍ଟକୁ ୯ହଜାର କୋଟି ଟଙ୍କା ଭୁଲରେ ଟ୍ରାନ୍ସଫର କରିଦେଇଥିଲା। ତେବେ କୃଷ୍ଣନ ତାଙ୍କ ଇସ୍ତଫା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। କୃଷ୍ଣନଙ୍କ ଅବସର ଏବେ ଦୀର୍ଘ ସମୟ ବାକି ତେବେ ତା ପୂର୍ବରୁ ସେ ଅଚାନକ ଇସ୍ତଫା ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସେପଟେ ତାମିଲନାଡୁ ମାର୍କେଣ୍ଟାଇଲ ବ୍ୟାଙ୍କ ସେୟାର ବଜାରକୁ କୃଷ୍ଣନଙ୍କ ଇସ୍ତଫା ସମ୍ପର୍କରେ ସୂଚିତ କରିଦେଇଛି। ଉଲ୍ଲେଖଯୋଗ୍ୟ ଯେ କୃଷ୍ଣନ ଗତବର୍ଷ ସେପ୍ଟେମ୍ବର ମାସରେ ବ୍ୟାଙ୍କର ଏମଡି ତଥା ସିଇଓ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ବ୍ୟାଙ୍କ ନିର୍ଦ୍ଦେଶକ ମଣ୍ଡଳ ଏସ୍. କୃଷ୍ଣନଙ୍କ ଇସ୍ତଫାକୁ ସ୍ୱୀକାର କରିଛନ୍ତି ଓ ଏହାକୁ ଅପଡେଟ୍ କରିବା ପାଇଁ ଭାରତୀୟ ରିଜର୍ଭବ୍ୟଙ୍କ (ଆରବିଆଇ)ଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ସପ୍ତାହର ଶେଷ ବ୍ୟବସାୟୀକ ଦିନ ଶୁକ୍ରବାର ବ୍ୟାଙ୍କର ସେୟାର ୨ ପ୍ରତିଶତ ଅଭିବୃଦ୍ଧି ସହ ୫୪୯.୭୦ ଟଙ୍କାକୁ ପହଞ୍ଚିଛି।

କୃଷ୍ଣନ ଏହି ପଦକ୍ଷେପ ସେତେବେଳେ ନେଇଛନ୍ତି ଯେତେବେଳେ ବ୍ୟାଙ୍କ ଭୁଲରେ ତାମିଲନାଡୁର ଜନୈକ ଟ୍ୟାକ୍ସି ଡ୍ରାଇଭର ରାଜକୁମାରଙ୍କ ଆକାଉଣ୍ଟକୁ ଭୁଲରେ ୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଦେଇଥିଲା। ଟ୍ୟାକ୍ସିଡ୍ରାଇଭରଙ୍କ ବ୍ୟାଙ୍କ ଖାତା ତାମିଲନାଡୁ ମାର୍କେଣ୍ଟାଇଲ ବ୍ୟାଙ୍କରେ ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯେତେବେଳେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଟଙ୍କା ଜମା ହେବାର ବାର୍ତ୍ତା ମିଳିଲା ପ୍ରଥମେ ସେ ଏହାକୁ ଏକ ସ୍କାମ ଭାବିଥିଲେ। ଏଣୁ ବାସ୍ତବତା ଜାଣିବାକୁ ସେ ତାଙ୍କର ଜଣେ ସାଙ୍ଗ ନିକଟକୁ ୨୧ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ଏହା ପରେ ରାଜକୁମାର ଜାଣିଥିଲେ ଯେ ତାଙ୍କ ଆକାଉଣ୍ଟକୁ ବାସ୍ତବରେ ବିପୁଳ ଟଙ୍କା ଆସିଯାଇଛି।

ଅଚାନକ ବ୍ୟାଙ୍କ ଆକାଉଣ୍ଟକୁ ଆସିଗଲା ଏତେ କୋଟି ଟଙ୍କା, କାର ଡ୍ରାଇଭରଙ୍କ ଅକଲ ଗୁଡୁମ

   Related Posts