ଭଦ୍ରକ ୦୪।୦୫ : କରୋନା ମହାମାରୀ ପାଇଁ ସାରା ବିଶ୍ବ ଏବେ ଲଢେଇ କରୁଛି। ବର୍ତ୍ତମାନ ଭୁବନେଶ୍ବର, ଭଦ୍ରକ, ବାଲେଶ୍ଵର, ଏବଂ ଯାଜପୁର ଜିଲ୍ଲା ରେଡ ଜୋନରେ ରହିଛି। ତେବେ ଭଦ୍ରକ, ବାଲେଶ୍ଵର, ଏବଂ ଯାଜପୁର ଜିଲ୍ଲାକୁ ରେଡ ଜୋନରେ ରଖିବାର କାରଣ ହେଲେ କଲିକତା ଫେରନ୍ତା। କଲିକତାରୁ ଆସିଥିବା ଲୋକମାନଙ୍କୁ ଘରେ ନରଖି ଏମାନଙ୍କୁ ସ୍ଥାନୀୟ କ୍ବାରେନଣ୍ଟାଇନରେ ରଖାଯାଇଥିଲା। ସକାଳୁ ରାତି ପର୍ଯ୍ୟନ୍ତ ଖାଇଵାକୁ ଦେବା ସହିତ ଵିଭିନ୍ନ ସେଵା ଯୋଗାଇ ଦିଆଯାଉଛି। ଏମାନଙ୍କ ପାଇଁ ଭଦ୍ରକ ସମେତ ସାରା ଓଡିଶା ଆଜି ଆତଙ୍କିତ।
{"id":264322,"sizeSlug":"large"}ଏମାନଙ୍କ ପାଇଁ ଏତେ ଵ୍ୟଵସ୍ଥା ପରେ ଏମାନେ କ୍ବାରେନଣ୍ଟାଇନରେ ରହି ମଉଜ ମସ୍ତି କରିବା ସହ ଟିକଟିକ କରୁଛନ୍ତି। ଏ ଚିତ୍ର ହେଉଛି ତିହିଡି ଵ୍ଲକ ଭାଟପଡା ପଞ୍ଚାୟତ କ୍ବାରେନଣ୍ଟାଇନରେ ସେଣ୍ଟର। ଏହି ଭାଟପଡା ପଞ୍ଚାୟତର ତିହିଡି ହାଇସ୍କୁଲରେ ହୋଇଥିବା କ୍ବାରେନଣ୍ଟାଇନରେ ୯ଜଣ କଲିକତା ଫେରନ୍ତା ଅଛନ୍ତି। ଏମାନଙ୍କ ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ସ୍ଥାନୀୟ ମହିଳା ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା ଅତିଷ୍ଠ ହୋଇ ଏହି ୯ଜଣଙ୍କ ମଧ୍ୟରୁ ୭ଜଣଙ୍କ ନାଁରେ ଏତଲା ଦିଆଯାଇଛି। ତିହିଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
wp:html /wp:html