oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଲାଲ ଡାଏରୀ କହିବ ଟିଟୋ କଳା କାରନାମାର ଅବଶିଷ୍ଟ କାହାଣୀ, ଖୋଲିବ ଅପରାଧର ଆଉ ଏକ ଅଧ୍ୟାୟ !

11/09/2018 at 6:32 PM

ଭୁବନେଶ୍ବର୯|୧୧: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ଆଉ ଗିରଫ ଜଗତସିଂହପୁର ସିପି ମୁକୁନ୍ଦପୁରର ଦୀପ୍ତି ଦାସ ଓ କଟକ ଟାଙ୍ଗି ସୋରଡ଼ଲାର ଚିତ୍ତ ସାହୁଙ୍କୁ ଗିରଫ କରିବା ପରେ ଏସଟିଏଫ୍ କୁ ଏକ ବଡ ସଫଳତା ମିଳିଛି। ଦୀପ୍ତି ଘରୁ ଏକ ଲାଲ୍ ଡାଏରୀ ମିଳିଛି ପୋଲିସକୁ। ତେବେ କଣ ଅଛି ସେ ଡାଏରୀରେ ? କେଉଁ କେଉଁ ପୋଲିସ୍ ଅଧିକାରୀ ଟିଟୋ ପାଖରୁ ବଟି ନେଉଥିଲେ ? ଗ୍ୟଙ୍ଗଷ୍ଟରର ଗୋରୁ ଗାଡ଼ି ଭୁବନେଶ୍ବର ପାର୍ କରାଇଦେବାରେ କେଉଁ କେଉଁ ଆରଟିଓ କର୍ମଚାରୀ ସେମାନଙ୍କ ପକେଟ ଗରମ କରୁଥିଲେ ? ଦୀପ୍ତିକୁ କେଉଁମାନେ ସହଯୋଗ କରୁଥିଲେ ? କାହା ଆକାଉଣ୍ଟକୁ କେତେବେଳେ କେତେ ଟଙ୍କା ଟ୍ରାନସଫର କରାଯାଇଛି ? ଏ ସମସ୍ତ ତଥ୍ୟ ନାଲି ଡାଏରୀରୁ ପାଇଛି କ୍ରାଇମବ୍ରାଞ୍ଚ ଏସଟିଏଫ ।
ଗୋଆରେ ଟିଟୋର ଏକ ବୈଠକରେ ଦୀପ୍ତିକୁ ଦେଖିବାକୁ ମିଳିଥିଲା । କେବଳ ଦୀପ୍ତି ନୁହେଁ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କିଛି ପୋଲିସ କର୍ମଚାରୀ ମଧ୍ୟ ସେହି ବୈଠକରେ ସାମିଲ୍ ହୋଇଥିଲେ । ପୂର୍ବରୁ ଟିଟୋର ଭାଇ ସଫୋ ଯେଉଁ ଫଟୋ ଭାଇରାଲ କରିଥିଲା, ସେଥିରେ କିଛି ପୋଲିସ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା । ସେହି ଫଟୋ ଆଧାରରେ ହିଁ ଦୀପ୍ତିକୁ ଗିରଫ କରାଯାଇଛି । ଦୀପ୍ତି ଠାରୁ ଲିଙ୍କ୍ ପାଇ କଟକ ସୋରଡଲାର ଚିତ୍ତ ସାହୁକୁ ଉଠାଇଛି ଏସଟିଏଫ୍ । ଆଇପିସିର ଦଫା ୩୮୭, ୫୦୬, ୧୨୦ବି, ୩୪ ଏବଂ ଆର୍ମସ୍ ଆକ୍ଟ ୨୫ ଓ ୨୭ରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦୀପ୍ତି ଘରୁ ଗୋଟେ ମାଉଜର ୧୨ ରାଉଣ୍ଡ ଗୁଳି, ଅଡି ଏବଂ ସ୍ବିଫ୍ଟ କାର୍ ସମେଚ ୬୪ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଟିଟୋ ଲିଙ୍କରେ ୧୯ ଜଣଙ୍କୁ ଗିରଫ କରାଗଲାଣି ।

   Related Posts