ତିତଲି ଓ ପରବର୍ତ୍ତି ଫ୍ଲାସ ଫ୍ଲଡରେ ମୃତ୍ୟୁ ସଂଖ୍ୟା ୫୦ରୁ ଅଧିକ, କେବଳ ଗଜପତି ଜିଲ୍ଲାରେ ଯାଇଛି ୪୧ ଜୀବନ: ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି ପ୍ରଭାବିତ ଲୋକେ

Published By : Prameya-News7 Bureau | October 15, 2018 IST

ଭୁବନେଶ୍ବର ୧୫|୧୦: ତିତଲରେ ପବନରେ ଯେତିକି କ୍ଷୟକ୍ଷତି ହୋଇନାହିଁ ଫ୍ଲାସ ଫ୍ଲଡ ପ୍ରଭୂତ କ୍ଷୟକ୍ଷତି ହୋଇଛି। ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନ ନିଶ୍ଚିହ୍ନ ହୋଇଯାଇଛି । ବାତ୍ୟା ଓ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୫୦ ଧରିବା ନେଇ ଅନୁମାନ କରାଯାଉଛି।  ୧୪ ଜଣ ନିଖୋଜ ହୋଇଯାଇଥିବା ବେଳେ ସେମାନଙ୍କ ଖୋଜ ଖବର ମିଳୁନାହିଁ । କେବଳ ଗଜପତି ଜିଲ୍ଲାରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି. ଆଉ ଗଞ୍ଜାମ ଜିଲ୍ଲାରେ ମଧ୍ୟ ସେହିଭଳି ପ୍ରାୟ ୧୦ ଜଣ ପ୍ରାଣ ହରାଇଛନ୍ତି । ବାତ୍ୟା ମାଡ଼ ସିନା ସହିଗଲେ କିନ୍ତୁ ଫ୍ଲାସ୍‌ ଫ୍ଲଡ ଉଜାଡ଼ି ଦେଲା । ଏମିତି ବନ୍ୟା କେବେ ଦେଖିନଥିଲେ ଲୋକେ। କେବଳ ଗଜପତି ଜିଲ୍ଲାରେ ୪୧ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଥିବା ବେଳେ କେବଳ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ୩୮ ଜଣଙ୍କ ମୃତ୍ୟୁର ଅଭିଯୋଗ ହୋଇଛି। ଅନେକ ଲୋକଙ୍କ ଖୋଜଖବର ମିଳୁନାହିଁ। ବାରଘର ଗାଁ ଯେଉଁଠାରେ ପଥର ଧସିବାରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ୧୫ ଜଣଙ୍କ ମୃତ୍ୟୁକୁ ପ୍ରଶାସନ ସ୍ବୀକାର କରିଛି। କଇଁପୁର ପଞ୍ଚାୟତରେ ୧୪  ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୨ଜଣଙ୍କ ମୃତଦେହ ମିଳିଛି ।  ଗଣ୍ଡାହାତୀ ଗାଁରେ ୨ ଜଣ, ଲକ୍ଷ୍ମୀପୁର ଜଣେ ପୋତାର ଲୋବା, ଏଙ୍ଗର ସିଙ୍ଗାରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ସେହିପରି ଗୋସାଣୀ ବ୍ଲକରେ ୨ ଜଣ ଏବଂ କାଶୀନଗରରେ ଜଣେ ପ୍ରାଣ ହରାଇଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ସେମାନଙ୍କ ସଂପର୍କୀୟମାନେ। ଗଜପତି ଜିଲ୍ଳା ଆର.ଉଦୟଗିରି ବ୍ଳକ ରାମଗିରି ଓ ରଣ୍ଡିବା ପଂଚାୟତରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କହିଲେ ନସରେ । ରାମଗିରି ପଞ୍ଚାୟତର ଟିଆର କଲୋନୀରେ ରହୁଥିବା ପ୍ରାୟ ୭୩ଟି ପରିବାର ଖୋଲା ଆକାଶ ତଳେ ପଡିଛନ୍ତି । ଘରର ଟିଣ ଛପର ଉଡି ଯାଇଛି । ରଣ୍ଡିବା ପଞ୍ଚାୟତର ଡମ୍ବା ଗାଁରେ ମଧ୍ୟ ସମାନ ଅବସ୍ଥା । ଏବେ ବି ପ୍ରଶାସନ ବାତ୍ୟା ପୀଡିତଙ୍କ ପାଖରେ ପହଞ୍ଚିନି କି ପଲିଥିନ୍ ଖଣ୍ଡିଏ ମିଳିନି । ଘର ଭାଙ୍ଗି ଯିବା ଯୋଗୁଁ ମୁଣ୍ଡ ଗୁଞ୍ଜିବାର ରାହା ନାହିଁ ଏଣେ ବର୍ଷକର ଅମଳ ହୋଇଥିବା ଧାନ ମଧ୍ୟ ପାଣିରେ ଭିଜି ଯାଇଛି । ଫଳରେ ଭୋକ ଉପାସରେ ପଡିଛନ୍ତି ବନ୍ୟା ବିପନ୍ନ । ବାତ୍ୟା ଓ ବନ୍ୟାରେ ଅନୁରୂପ ଭାବେ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ବିଶେଷ କରି ଭଞ୍ଜନଗ ଓ ଆସ୍କାରେ ପ୍ରଭୂତ କ୍ଷୟକ୍ଷତି ହୋଇଛି। ଗଞ୍ଜାମ ଜିଲ୍ଲାରେ ୮ ଜଣଙ୍କ ମୃତ୍ୟୁ ଏବଂ ୭ ଜଣ ନିଖୋଜ ଥିବା ଅଭିଯୋଗ ହୋଇଛି। ଏ ମଧ୍ୟରୁ ଗାଜଲବାଡ଼ିରେ ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ମିଳିଛି। ଗୋପାଳପୁରରେ ୩ ଜଣ ଭାସିଯାଇଥିବା ଅଭିଯୋଗ ହୋଇଥିବା ବେଳେ ୨ ଜଣଙ୍କ ମୃତଦେହ ମିଳିଛି।  ସେହିପରି ପାତ୍ରପୁରରେ ବ୍ଲକରେ ବୁରୁସାଲା ନାଡ଼ା ଗାଁରେ ୬ ଜଣ ଭାସିଯାଇଥିବା ସୂଚନା ମିଳୁଛି। ତେବେ ଗାଁ ଲୋକଙ୍କ କହିବା ଅନୁଯାୟୀ ୪ ଜଣଙ୍କ ମୃତଦେହ ମିଳିଛି। ଗଞ୍ଜ।ମ ଜିଲ୍ଲା ଭଞ୍ଜନଗରର ବାଇବାଲି ପଞ୍ଚାୟତରେ ଏବେବି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ଲେ।କେ । ବ୍ଲକର  ବିରିକେ।ଟ, ସଲପଗୁଡା, ମହୁଲପଲ୍ଲୀ, ବଜ୍ରଗଡ, ଚଢ଼ିଆପଲ୍ଲୀରେ ଅନେକ ଘର ଭାଙ୍ଗିଛି । ଘରେ ପାଣି ପଶି ସବୁ ନଷ୍ଟ ହୋଇଯାଇଛି । ଏବେବି ଆଶ୍ରୟ ସ୍ଥଳରେ ବନ୍ୟା ବିପନ୍ନ ରହିଛନ୍ତି । ତେବେ ଏସବୁ ଆଶ୍ରୟସ୍ଥଳରେ ପ୍ରଶାସନ ଯଥେଷ୍ଟ ସହାୟତା ପହଞ୍ଚାଉ ନଥିବା ଅଭିଯେ।ଗ ହେ।ଇଛି ଶହଶହ ଚାଷ ଜମିରେ ପାଣି ମାଡିଯାଇଛି । ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । କେବେ ସ୍ଥିତି ସୁଧୁରିବ, ଜୀବନ ସ୍ବାଭାବିକ ହେବ ତାକୁ ଅପେକ୍ଷା କରିଛନ୍ତି ସେହିପରି ତିତଲି ପାଇଁ ରାୟଗଡ଼ା, କନ୍ଧମାଳ ବାଲେଶ୍ବର, ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି.। ବାତ୍ୟା ଚାଲିଯାଇଛି ବନ୍ୟା ଛାଡି଼ଯାଇଛି। ଆଉ ଏବେ ଲୋକେ ମାଟିକାଦୁଅରୁ ଖୋଜୁଛନ୍ତି ଉଜୁ଼ଡ଼ା ସଂସାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.