ଟିଟିଲାଗଡ଼ ଗୁଲମୀ ଗାଁ ନିକଟ ସାତବହନୀ ଜଙ୍ଗଲରେ ହତ୍ୟାକାଣ୍ଡ

Published By : Prameya-News7 Bureau | August 10, 2018 IST

ଟିଟଲାଗଡ଼ ୧୦/୮ :- ଟିଟିଲାଗଡ଼ ଗୁଲମୀ ଗାଁ ନିକଟ ସାତବହନୀ ଜଙ୍ଗଲରେ ଘଟିଥିବା ହତ୍ୟା ମାମଲାରେ ଖିଅ ଖୋଜୁଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି । ଗତକାଲି ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା । ମହିଳାଙ୍କ ଶରୀର ଥିଲା ପୂରା ଉଲଗ୍ନ । ମହିଳାଙ୍କୁ ନିର୍ମମ ଭାବେ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନି । ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେ ବିବାହିତ ବୋଲି ଅନୁମାନ କରାଯାଉଛି । ହତ୍ୟାକାଣ୍ଡ ସ୍ଥଳରେ ତାଙ୍କ ଅନ୍ତବସ୍ତ୍ର, କାନଫୁଲ, ଭଙ୍ଗା ଶଙ୍ଖା, ମଙ୍ଗଳସୂତ୍ର ଏବଂ ଜୋତା, ପଡ଼ିଛି । ପୁଣି ପାଖରେ ପଡ଼ିଛି ମଦ ବୋତଲ, ଖଲି, ଚଉପଦି ଏବଂ କିଛି ପଲିଥିନ୍ । ପାରିପାର୍ଶ୍ବିକ ସ୍ଥିତି କହୁଛି, ଦୁର୍ବୃତ୍ତମାନେ ଏହିଠାରେ ଖିଆପିଆ କରି ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଆଉ ତା ପରେ ମାରି ଦେଇ ଗଛରେ ବାନ୍ଧି ଦେଇଛନ୍ତି । ଦୁଇ-ତିନି ଜଣ ଦୁର୍ବୃତ୍ତ ଏଥିରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ମହିଳାଙ୍କୁ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଚିହ୍ନି ନାହାନ୍ତି । ତେଣୁ ଅନ୍ୟ କେଉଁ ଅଞ୍ଚଳରୁ ମହିଳାଙ୍କୁ ଆଣି ଏଠାରେ ଦୁଷ୍କର୍ମ ପରେ ଦୁର୍ବୃତ୍ତ ମାରି ଗଛରେ ବାନ୍ଧି ଦେଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଏହି ଜଙ୍ଗଲରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.