ଟିଟିଲାଗଡ଼ ୧୭/୦୬ : ସଫଳତା ପରେ ସଫଳତା ସାଉଁଟିବାରେ ଲାଗିଛି ବଲାଙ୍ଗିର ଜିଲ୍ଲା ପୋଲିସ ଗତ ଜୁନ୍ ୧୩ ଦିନ ସଇଁନ୍ତଳା ପୋଲିସ ଏକ ଡକାୟତି ଦଳକୁ ଧରିବାରେ ସଫଳ ହୋଇଥିବା ବେଳେ ଆଜି ଟିଟିଲାଗଡ ପୋଲିସକୁ ମଧ୍ୟ ମିଳିଛି ଏକ ବଡ ସଫଳତା। ଟିଟିଲାଗଡ ପୋଲିସ ଏକ ଆର୍ନ୍ତରାଜ୍ୟ ବାଇକ ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବୋଲି ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଟିଟିଲାଗଡ଼ ପୋଲିସ ଅଭିଯୋଗ୯ ନମ୍ୱର ୦୧୬୬ୟୁ/ଏସ ୩୯୨ ଆଇପିସି ଅଧୀନରେ ୮ ଜଣ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ବିଭିନ୍ନ ଜିଲ୍ଲାରୁ ଚୋରି ହୋଇଥିବା ୨୦ ଟି ମୋଟର ସାଇକେଲ, ଗୋଟିଏ ସୁନା ଲକେଟ, ଗୋଟିଏ ଲୁହା ଛୁରୀ ଓ ୧୦ଟି ବିଭିନ୍ନ ପ୍ରକାର ସ୍ମାର୍ଟ ଫୋନ୍ ଜବତ କରିଛି। ଏହି ଚୋରମାନେ ଟିଟିଲାଗଡ଼ ଓ ଏହାର ଆଖପାଖ ଥାନା ଅଞ୍ଚଳରେ ହୋଇଥିବା ବେଳେ ବିଭିନ୍ନ ଲୁଟ ମାମଲାରେ ଏମାନେ ସମ୍ପୃକ୍ତ ଥିବା ଟିଟିଲାଗଡ଼ ପୋଲିସ କହିଛି।