ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ, ପିଏମ ପୋଷଣ ଯୋଜନା ଅଧୀନରେ କାର୍ଯ୍ୟକାରୀ

Published By : Prameya-News7 Bureau | July 20, 2024 IST

ଭୁବନେଶ୍ୱର ୨୦/୦୭: ପିଏମ ପୋଷଣ ଯୋଜନା ଅଧୀନରେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ମିଳିବ ତିଥି ଭୋଜନ । ୧୦୦ ଦିନ ଭିତରେ ଥରେ ମିଳିବ ଏହି ତିଥି ଭୋଜନ । ରାଜ୍ୟର ପ୍ରତିଷ୍ଠା ଦିବସ କିମ୍ବା ଅନ୍ୟ କୌଣସି ଜାତୀୟ କିମ୍ବା ରାଜ୍ୟ ସ୍ତ୍ରରୀୟ କାର୍ଯ୍ୟକ୍ରମ ଦିନ ଏହାକୁ ପାଳନ କରାଯାଇପାରିବ । 


ବିଭିନ୍ନ ସିଭିଲ ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟକର ଓ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇପାରିବ। ଯେ କୌଣସି ଓ ବ୍ୟକ୍ତି ଓ ଅନୁଷ୍ଠାନ ଚାହିଁଲେ ପିଲାଙ୍କୁ ଖୁଆଇପାରିବେ ତିଥି ଭୋଜନ । ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି ପିଏମ ପୋଷଣର ନୋଡାଲ ଅଫିସର ରଘୁରାମ ଆୟର। ଆୟର କହିଛନ୍ତି ଯେ ଆସନ୍ତା ୨୮ ତାରିଖ ଦିନ ଏ ବାବଦରେ ସମ୍ପୂର୍ଣ ଏକ ବୈଠକ ବସିବ । ସ୍କୁଲ ମାନଙ୍କରେ କିଭଳି ଏହାକୁ କାର୍ଯ୍ୟକାରୀ କରାଯିବ ସେ ଉପରେ ମଧ୍ୟ ଆଲୋଚନା ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.