ନୂଆବର୍ଷରେ ତିରୁପତି ମନ୍ଦିରକୁ ମିଳିଲା ରେକର୍ଡ ଦାନ, ଦୈନିକ ଏତିକି ହୋଇଛି ସଂଗ୍ରହ...

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଳୀ, ୦୪/୦୧: ନୂଆବର୍ଷରେ ତିରୁମାଲା ମନ୍ଦିରକୁ ସବୁଠୁ ଅଧିକ ଦାନ। ନୂଆବର୍ଷରେ ହାତ ଖୋଲି ଦାନ କଲେ ଭକ୍ତ। ବିଶ୍ବର ସବୁଠୁ ଧନୀ ମନ୍ଦିର ଭାବରେ ପ୍ରସିଦ୍ଧ ତିରୁପତି ମନ୍ଦିରକୁ ନୂଆବର୍ଷରେ ମିଳିଲା ରେକର୍ଡ ସଂଖ୍ୟକ ଦାନ। ତିରୁମାଲାରେ ଭଗବାନ ବାଲାଜୀଙ୍କ ମନ୍ଦିରକୁ ନବବର୍ଷରେ ପ୍ରାୟ ୭.୬ କୋଟିର ଦାନ ମିଳିଛି। ଯାହାକି ଦେଶରେ କୌଣସି ମନ୍ଦିର ଇତିହାରେ ଦୈନିକ ହୁଣ୍ଡି ସଂଗ୍ରହରେ ସବୁଠୁ ଅଧିକ ଦାନ।

ସୂଚନା ଅନୁଯାୟୀ, ବିଶ୍ବର ସବୁଠୁ ଧନୀ ମନ୍ଦିରକୁ ଜାନୁଆରୀ ୨ ତାରିଖ ବୈକୁଣ୍ଠ ଏକାଦଶୀ ଦିନ ସବୁଠୁ ଅଧିକ ଦାନ ମିଳିଛି। ଏହି ଦାନ ୨୦୨୨ ଅକ୍ଟୋବର ୨୩ ମିଳିଥିବା ୬.୩ କୋଟି ଦାନ ତୁଳନାରେ ୧.୩ କୋଟି ଅଧିକ।

ଉଲ୍ଲେଖଯୋଗ୍ୟ, ତିରୁପତି ମନ୍ଦିରକୁ ୨୦୧୨ରୁ ୨୦୨୨ ମଧ୍ୟରେ ଦ୍ବିଗୁଣା ଦାନ ମିଳିଛି। ଦେଶର ଅନ୍ୟ ହିନ୍ଦୁ ମନ୍ଦିରରେ ମାସିକ ପ୍ରାୟ ୪ କୋଟି ଦାନ ମିଳୁଥିବାବେଳେ ତିରୁମାଳା ମନ୍ଦରକୁ ପ୍ରତିଦିନ ହାରାହାର ୬ କୋଟି ଦାନ ମିଳିଥିଲା। କୋଭିଡ୍ ପୂର୍ବରୁ ତିରୁମାଳା ମନ୍ଦିରରେ ମାସିକ ୯୦ କୋଟିରୁ ୧୧୫ କୋଟି ଦାନ ମିଳୁଥିଲା। ତେବେ କୋଭିଡ୍ ପରେ ଏହି ଦାନ ହ୍ରାସ୍ ପାଇଥିଲା। ଗତ ବର୍ଷ ଏପ୍ରିଲରୁ କୋଭିଡ୍ ନିୟମ ହଟାଯିବା ପରେ। ଏହା ପରେ ଭକ୍ତଙ୍କ ଭିଡ଼ ବଢ଼ିବାକୁ ଲାଗିଥିଲା। ଆଉ ମନ୍ଦିରକୁ ଦାନ ବଢ଼ିଥିଲା।

ତେବେ ବୈକୁଣ୍ଠ ଏକାଦଶୀ ଉତ୍ସବ ଠାରୁ ଆରମ୍ଭ ହୋଇଥିବା ଆଗକୁ ହେବାକୁ ଥିବା ଉତ୍ସବ ବୈକୁଣ୍ଠ ଦ୍ବାର ଦର୍ଶନ ସହ ଶେଷ ହେବ। ଏଥିପାଇଁ ଆହୁରି ଆଠ ଦିନ ସମୟ ବାକି ରହିଛି। ଏହି ଅବସରରେ ଆହୁରି ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି। ଫଳରେ ଜାନୁଆରୀ ୨୦୨୩ ରେ ଦାନ ବଢ଼ିବା ନେଇ ଆଶା କରାଯାଉଛି। ଯଦି ଦାନ ବଢ଼ୁଛି ତେବେ ମନ୍ଦିର ୨୦୨୨-୨୩ ଆର୍ଥିକ ବର୍ଷରେ ୧୫୦୦ କୋଟି ଦାନ ସଂଗ୍ରହ କରିବାନେଇ ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.