ସୁଧରେ ଚଳିବେ ତିରୁପତି : କରୋନା ସ୍ଥିତିରେ ଭକ୍ତଶୂନ୍ୟ ତିରୁପତି, ଦୈନନ୍ଦିନ ଖର୍ଚ୍ଚ ପାଇଁ ୧୨ ହଜାର କୋଟିର ସ୍ଥାୟୀ ଜମାର ସୁଧ ଉଠାଇବେ

Published By : Prameya-News7 Bureau | August 29, 2020 IST

ଚେନ୍ନାଇ, ୨୯|୦୮ : ତିରୁପତି ମନ୍ଦିରକୁ ଭକ୍ତ ଆସୁନାହାଁନ୍ତି । ଫଳରେ ଦାନ ଦକ୍ଷିଣା ମଧ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଛି । ଏପରିକି ମନ୍ଦିରର ରକ୍ଷଣାବେକ୍ଷଣ ଓ ବିଭିନ୍ନ କାର୍ଯ୍ୟକ୍ରମ ବନ୍ଦ ଅଛି । ଅର୍ଥାଭାବ ମଧ୍ୟ ଦେଖାଦେଇଛି । ଏହାକୁ ପ୍ରତିହତ କରିବାକୁ ମନ୍ଦିର ଚ୍ରଷ୍ଟ ବ୍ୟାଙ୍କରେ ରଖିଥିବା ଅର୍ଥରୁ ସୁଧକୁ ଉଠାଇ ଆଣିବେ ବୋଲି ନିଷ୍ପତ୍ତି ନେଇଛି ।

ତିରପୁତି ମନ୍ଦିର ନାଁରେ ବ୍ୟାଙ୍କରେ ୧୨ ହଜାର କୋଟି ଚଙ୍କା ଜମା ରହିଛି । ଏବେ ଅର୍ଥାଭାବ ପାଇଁ ମନ୍ଦିର ପ୍ରଶାସନ ଏହାର ସୁଧା ଉଠାଇବ । ତିରୁପତି ତିରୁମାଳା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।  ଟ୍ରଷ୍ଟ ପକ୍ଷରୁ ବ୍ୟାଙ୍କରେ ବିଭିନ୍ନ ପର୍ଯାୟରେ ଟଙ୍କା ଜମା କରାଯାଇଥାଏ ।

ଟ୍ରଷ୍ଟ ବୋର୍ଡର ସଭାପତି ଓ୍ୱାଇ ଭି ସୁବା ରେଡ୍ଡି କହିଛନ୍ତି ଯେ, ଏହି ସମସ୍ତ ଡିପୋଜିଟକୁ ମାସିକିଆ କରାଯିବ । ଫଳରେ ମାସିକ ସୁଧ ମଧ୍ୟ ମିଳିବ । ଏହି ସୁଧରେ ସେବାୟତଙ୍କୁ ଦରମା ପ୍ରଦାନ କରାଯିବ । ଏପରିକି ମନ୍ଦିର ପରିଚାଳନା ମଧ୍ୟ କରାଯିବ । ଗତ ବର୍ଷ ସୁଦ୍ଧା ମନ୍ଦିର ପକ୍ଷରୁ ପ୍ରାୟ ୧୨ ହଜାର କୋଟି ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ କରାଯାଇଛି । ୨୦୨୦-୨୧ରେ ମନ୍ଦିରର ବାର୍ଷିକ ବଜେଟ୍ ପ୍ରାୟ ୭୦୬ କୋଟି ଟଙ୍କା ରଖାଯାଇଥିଲା । ଏହି ଜମା ଉପରେ ସୁଧ ହିଁ ମନ୍ଦିରର ଦ୍ୱିତୀୟ ବୃହତ ଆୟ । କାରଣ ହୁଣ୍ଡିକେ ଭକ୍ତମାନେ ଅର୍ଥ ଦାନ କରନ୍ତି । ହଣ୍ଡିରେ ଏବେ ୧୩୧୩ କୋଟିରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଏହାକୁ ମିଶାଇ ମୋଟ୍ ଆୟ ୩୩୦୯ କୋଟି ହେବ ବୋଲି କୁହାଯାଉଛି ।

ଗୁରୁତର ଅର୍ଥ ସଙ୍କଟକୁ ନଜରରେ ରଖି ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କାରଣ କରୋନା ଭାଇରସ ଓ ଲକଡାଉନ୍ ପାଇଁ ମନ୍ଦିରରେ ଭକ୍ତଙ୍କ ଦର୍ଶନ ପ୍ରାୟତଃ ବନ୍ଦ ରହିଛି । ଏପରିକି ମନ୍ଦିର ପ୍ରାୟ ୮୦ ଦିନ ବନ୍ଦ ରହିଥିଲା । ଲକଡାଉନ୍ ପରେ ମଧ୍ୟ ସେତେଟା ଭକ୍ତ ଆସୁନାହାଁନ୍ତି ।

ଅନେକ ଭକ୍ତ ମନ୍ଦିରକୁ ସୁନା ମଧ୍ୟ ଦାନ କରିଛନ୍ତି । ମନ୍ଦିର ପକ୍ଷରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୫୩୮୭ କେଜି ସୁନା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ୧୯୩୮ କେଜି ଓ ପିଏନବିରେ ୧୩୮୧ କେଜି ସୁନା ଜମା କରାଯାଇଛି । ତେବେ ଗତ ବର୍ଷ ପିଏନବିରୁ ସୁନାକୁ ଆଣି ଷ୍ଟେଟ ବ୍ୟାଙ୍କରେ ରଖାଯାଇଛି ।

କରୋନାକୁ ନଜରରେ ରଖି ଚଳିତ ବର୍ଷ ମନ୍ଦିରର ବ୍ରହ୍ମୋତ୍ସବମ ଜାକଜମକରେ ପାଳନ ହେବ ନାହିଁ । କେବଳ ବିଦ୍ଧି ରଖିବା ପାଇଁ ପାଳନ କରାଯିବ । ଯଦି ପରିସ୍ଥିତି ଠିକ୍ ରହେ ତେବେ କଟକଣାରେ ଭକ୍ତଙ୍କୁ ଅନୁମତି ଦିଆଯାଇପାରେ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.