କୋର୍ଟରେ ହାଜର ହେଲେ ସୋମାଲିକା, ବୟାନ ରେକର୍ଡ ପରେ ତିର୍ତ୍ତୋଲ ବିଧାୟକଙ୍କୁ କରାଯିବ ଜେରା

Published By : Prameya-News7 Bureau | February 10, 2023 IST

ଜଗତସିଂହପୁର ୧୦/୦୨: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଦୁଷ୍କର୍ମ ମାମଲାର ଅଭିଯୋଗକରିଣୀ ତାଙ୍କର ପ୍ରେମିକା ସୋମାଲିକାଙ୍କର ହେବ ବୟାନ ରେକର୍ଡ । ମାଜିଷ୍ଟ୍ରେଟଙ୍କ ନିକଟରେ ଏହି ବୟାନ ରେକର୍ଡ କରାଯିବ । ସିଆରପିସି ଧାରା ୧୬୪ ଅନୁସାରେ ତାଙ୍କର ବୟାନ ରେକର୍ଡ କରାଯିବ । ଏଥି ନିମନ୍ତେ ସୋମାଲିକା ଜଗତସିଂହପୁର କୋର୍ଟରେ ଆସି ହାଜର ହୋଇଛନ୍ତି ।

ସୋମାଲିକାଙ୍କ ବୟାନ ରେକର୍ଡ ପରେ ତଦନ୍ତ ଅନୁସାରେ ବିଧାୟକ ବିଜୟ ଶଙ୍କରଙ୍କୁ ଜେରା କରାଯିବ ବୋଲି ଜଣାଯାଇଛି । ଚାରି ଦିନ ତଳେ ଜଗତସିଂହପୁର ସଦର ଥାନାରେ ସୋମାଲିକାଙ୍କର ଧାରା ୧୬୧ରେ ବୟାନ ରେକର୍ଡ କରାଯିବା ସହିତ ଡାକ୍ତରୀ ମାଇନା ମଧ୍ୟ କରାଯାଇଥିଲା । ଦୀର୍ଘ ୮ ମାସ ତଳେ ଆରମ୍ଭ ହୋଇଥିବା ଏହି ଘଟଣା ଚପି ଯାଇଥିବା ବେଳେ ପୁଣିଥରେ ଏବେ ଏହି ମାମଲା ପୁଣି ସକ୍ରିୟ ହେବା ଆରମ୍ଭ କରିଛି ।

ଅଧିକ ଜାଣନ୍ତୁ....

wp:embed {"url":"https://www.prameyanews7.com/president-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-in-odisha/
/wp:embed

ଏହି ଘଟଣାକୁ ନେଇ ବିଧାୟକଙ୍କୁ ଗିରଫ ଦାବିରେ ପୂର୍ବରୁ ତିର୍ତ୍ତୋଲ ବ୍ଲକ ମହିଳା କଂଗ୍ରେସ ପକ୍ଷରୁ ଜଗତସିଂହପୁର ଏସ୍ପି ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ସମାନ ଦାବିରେ ଜିଲା ବିଜେପି ପକ୍ଷରୁ ମଧ୍ୟ ଏସ୍ପି ଙ୍କ କାର୍ଯ୍ୟାଳୟ ଆଗରେ ବିଖୋଭ ପଦର୍ଶନ କରା ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.