କକାର ତୀର ମାଡରେ ପୁତୁରା ଗୁରୁତର, ଅଭିଯୁକ୍ତ ଅଟକ
23/01/2023 at 4:27 PM

ଘଷିପୁରା ୨୩/୦୧: ଘଷିପୁରା ଥାନା କନ୍ତୋ ଗ୍ରାମରେ ଘଟିଛି ଅଘଟଣ । ଗୁଣି କରୁଥିବା ସନ୍ଦେହ କରି କକାର ତୀର ମାଡରେ ପୁତୁରା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବରପାଇ ପୋଲିସ୍ ଅଭିଯୁକ୍ତ ପୁତୁରା ରବି ବିନ୍ଧାଣୀଙ୍କୁ ଉଠାଇ ଆଣି ଅଟକ ରଖି ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ ଆଜି ପୁତୁରା ରତ୍ନାକର ବିନ୍ଧାଣୀ ଗାଁରେ ନିଜର ଜଣେ ସମ୍ପର୍କୀୟ ଘରେ ବସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ୍ କକା ରବି ଆସି ଗୁଣି ଗାରେଡ଼ି କରୁଛୁ କହି ତାଙ୍କ ଉପରକୁ ତୀର ମାଡ କରିଥିଲା । ଡାହାଣ ହାତରେ ତୀର ବାଜିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରତ୍ନାକର ।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023