ଭିଣୋଇର ତୀର ମାଡ଼ରେ ଶଳା ଗୁରୁତର, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | October 20, 2022 IST

ସୋର ୨୦।୧୦ : ଭିଣୋଇ ତୀର ମାଡ଼ରେ ଶଳା ଗୁରୁତର l ଆକ୍ରମଣକାରୀ ଭିଣୋଇକୁ ବାନ୍ଧି ପୋଲିସ ଜିମା ଦେଲେ ଗାଁ ଲୋକେ l ସୋର ଥାନା ସିଙ୍ଗାଖୁଣ୍ଟା ପଂଚାୟତ ଫଠାଆମ୍ବ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ତେବେ ଭିଣୋଇ ମୋଟୁ ସିଂ ତୀର ମାଡ଼ରେ ଶଳା ସାଲୁକୁ ଗୁରୁତର ହୋଇଛନ୍ତି । ଗୁରୁତର ସାଲୁ ପିଠିରେ ତୀର ବାଜି ଅଟକି ରହିଥିଲା l ତାଙ୍କୁ ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ପିଠିରୁ ତୀର ବାହାର କରିଛନ୍ତି ଡାକ୍ତର । ଏବେ ଡାକ୍ତରଖାନାରେ ଚିକିତ୍ସିତ ହୋଉଛନ୍ତି ସାଲୁ । ନିଶାଶକ୍ତ ଅବସ୍ଥାରେ ମୋଟୁ ତାଙ୍କ ଶଳା ସାଲୁକୁ ତୀର ମାରିଥିବା ଗାଁ ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.