oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଓଭର ଲୋଡିଂ ପାଇଁ କଟାଯାଉଛି ଚାଲାଣ, ଆତ୍ମାହୂତି ଧମକ ଦେଲେ ଟିପ୍ପର ମାଲିକ ସଂଘ

15/11/2021 at 5:38 PM

ଭଦ୍ରକ ୧୫୧୧: ଓଭର ଲୋଡିଂ ବେଆଇନ, କିନ୍ତୁ କେତେକ ନିର୍ଦ୍ଦିଷ୍ଟ ଗାଡିକୁ ଛାଡି ଲୋକାଲ ଗାଡିକୁ ଫାଇନ୍ କରାଯାଉଛି । ମାସିକିଆ ଚାନ୍ଦା ଦେଇ ମଧ୍ୟ ଚାଲାଣ କଟାଯାଉଛି । ଏମିତି କିଛି ଅଭିଯୋଗ ଆଣିଛି ଭଦ୍ରକ ଟିପ୍ପର ମାଲିକ ସଂଘ ।

ଟିପ୍ପର ସଂଘର ଅଭିଯୋଗ ଅନୁଯାୟୀ, କେତେକ ଘରୋଇ ସଂସ୍ଥା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପରିବହନ ଭଡା ନିୟମକୁ ଖିଲାପ କରୁଛନ୍ତି । ଅନେକ ସମୟରେ ଭଦ୍ରକ ଜିଲ୍ଲାର ବଡ଼ ଶିଳ୍ପ ଅନୁଷ୍ଠାନ ଗୁଡିକରେ ନିୟୋଜିତ ଗାଡିଗୁଡିକ ଆବଶ୍ୟକତାଠାରୁ ଅଧିକ ମାଲ ପରିବହନ କରୁଥିଲେ ମଧ୍ୟ ତହସିଲ, ପୋଲିସ ଓ ଆରଟିଓ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । କିନ୍ତୁ ଘରୋଇ ଗାଡିଗୁଡିକୁ ଓଭର ଲୋଡିଂ ଆଳରେ ଫାଇନ କଟାଯାଉଛି ।  ରାଜପଥ ସମ୍ପ୍ରସାରଣ କରୁଥିବା କମ୍ପାନୀ ସହ ବାସୁଦେବପୁରରୁ ଧାମରା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଗାଡିଗୁଡିକ ଓଭର ଲୋଡିଂ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେବେ ଏ ନେଇ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଭଦ୍ରକ ଜିଲ୍ଲାପାଳଙ୍କୁ ଦେଇଛି ଟିପ୍ପର ମାଲିକ ସଂଘ ।  ଆଗାମୀ ୭ଦିନ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛି । ତେବେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ନିୟମ ଖିଲାପ କରୁଥିବା ଗାଡିଗୁଡିକ ଉପରେ ମାଲିକମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆତ୍ମାହୂତୀର ଚେତାବନୀ ଦେଇଛନ୍ତି ।

   Related Posts