suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଘର ଉପରେ ମାଡ଼ିଗଲା ଟିପ୍ପର : ଘରେ ଥିବା ୨ମହିଳା ମୃତ

27/05/2019 at 6:58 PM

ଢେଙ୍କାନାଳ ୨୭/୫: ଢେଙ୍କାନାଳର ଭଗବାନପୁରରେ ରାସ୍ତା କଡ଼ରେ ଥିବା ଏକ ଚାଳଘର ଉପରେ ବାଲିବୋଝେଇ ଟିପ୍ପର ମାଡ଼ିଯାଇଛି। ଫଳରେ ଘରେ ଥିବା ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଟିପ୍ପରର ନମ୍ବର ହେଉଛି ଓଆର ୧୬ସି ୦୫୬୨। ସନ୍ଧ୍ୟା ସାଢ଼େ ୬ଟାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।  

ମୃତ ୨ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କ ନାଁ ଚିନା ବେହେରା ଓ ଅନ୍ୟ ଜଣେ ଅଶାନ୍ତି ସାହୁ ବୋଲି ଜଣା ପଡ଼ିଛି। ଟିପ୍ପରଟି ମାଡ଼ିଯିବା ବେଳେ ଏମାନେ ଘର ବାରଣ୍ଡାରେ ବସିଥିଲେ। ଘରଟି ଅଶାନ୍ତି ସାହୁଙ୍କର। ଚିନା ବେହେରା ଗାଈକୁ ଖୋଜି ଖୋଜି ଆସିବା ପରେ ଅଶାନ୍ତିଙ୍କ ବାରଣ୍ଡାରେ ବସି ଅଶାନ୍ତିଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ବାଲିବୋଝେଇ ଟିପ୍ପରଟି ଭାରସାମ୍ୟ ହରାଇ ଅଶାନ୍ତି ସାହୁଙ୍କ ଘର ଉପରକୁ ମାଡ଼ି ଯାଇଥିଲା। ଏହି ଘଟଣା ଘଟିବାବେଳେ ଅଶାନ୍ତିଙ୍କ ସ୍ବାମୀ ବିକାଶ ସାହୁ ଘରେ ନଥିଲେ। ଟ୍ରକ୍ ମାଡ଼ିଯିବା ଯୋଗୁଁ ଘରଟି ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।

ସ୍ଥାନୀୟ ଲୋକେ ଢେଙ୍କାନାଳ କପିଳାସ ରୋଡ଼ ଅବରୋଧ କରିଥିଲେ। ଢେଙ୍କାନାଳ ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ସହାୟତା ଦେବାଲାଗି ପ୍ରତିଶ୍ରୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।

ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଫେରାର ହୋଇ ଯାଇଛି। ପୋଲିସ ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

   Related Posts