ଦୁଇଦିନ ଧାରଣାରେ ବସିବା ପରେ ମିଳିଲାନି ନ୍ୟାୟ, ଜୋରଜବରଦସ୍ତ ଧସେଇ ପଶିଲେ ଟିନା

Published By : Prameya-News7 Bureau | January 07, 2023 IST

ଭଞ୍ଜନଗର ୦୭/୦୧: ଭଞ୍ଜନଗର, ଗାଲେରୀ ଗ୍ରାମର ବହୁଚର୍ଚ୍ଚିତ ଟିନା ରାଣୀ ସାହୁ, ଏବଂ ଦୁଷ୍ମନ୍ତ ସାହୁଙ୍କ ପ୍ରେମ କାହାଣୀରେ ଟ୍ୱିଷ୍ଟ । ଗ୍ରାମବାସୀ ଓ ସମାଜସେବୀଙ୍କ ସାମ୍ନାରେ ବିବାହ କରିଥିବା ଟିନା-ଦୁଷ୍ମନ୍ତ ଘଟଣା ଏବେ ନୂଆ ମୋଡ ନେଇଛି । ବିବାହର ମାତ୍ର ୩ ଦିନ ପରେ ହଠାତ ଟିନାଙ୍କୁ ଛାଡ଼ି କେଉଁଆଡେ ଗାୟବ ହୋଇଯାଇଛନ୍ତି ଦୁଷ୍ମନ୍ତ । ସେଥିପାଇଁ ଟିନା ଦୁଇ ଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ବସିଥିଲେ । ଶୀତ କାକରରକୁ ଖାତିର ନକରି ଟିନା ଧାରଣାରେ ବସିଥିଲେ ।

ଶେଷରେ ଅନ୍ୟ ଉପାୟ ନପାଇ ତାଲା ଭାଙ୍ଗି ତାଙ୍କ ଶଶୁରଙ୍କ ଦୋକାନ ଗୃହରେ ପ୍ରବେଶ କରିଛନ୍ତି ଟିନା । ଗ୍ରାମବାସୀ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ଟିନା ଦୋକାନରେ ଯାଇ ପ୍ରବେଶ କରିଛନ୍ତି । ଏହାସହ ନିଜକୁ ସୁରକ୍ଷା ଯୋଗାଇ ଦେବା ସହିତ, ତାଙ୍କ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିଦେବା ପାଇଁ ଗାଲେରୀ ଫାଣ୍ଡି ଅଧିକାରୀଙ୍କୁ ଏତଲା ବି ଦେଇଛନ୍ତି ।

ପୂର୍ବରୁ ଦେଢଶୁର, ଶାଶୁ, ଶ୍ୱଶୂର ତାଙ୍କୁ ଘର ଭିତରକୁ ନଯିବା ପାଇଁ ମନା କରିବା ସହିତ ପ୍ରତିରୋଧ କରିଥିଲେ । ଯାହାକୁ ଥାନାଧିକାରୀଙ୍କ ଆଗରେ ବଖାଣିଛନ୍ତି ଟିନାରାଣୀ । ଆହୁରି ମଧ୍ୟ କହିଛନ୍ତି ନିଜ ସ୍ୱାମୀ ନ ଆସିବାଯାଏଁ ସେ ସେହି ଦୋକାନ ଘରେ ରହିବେ । ସେ କହିଛନ୍ତି ମୁଁ ଏ ଘରର ବୋହୂ । ଆଉ କେତେଦିନ ଶୀତ କାକରରେ ଧାରଣାରେ ବସିବି ଦେବି । ତେଣୁ ସେହି ଅଧିକାରରେ ଶ୍ୱଶୁର ଘର ତାଲା ଭାଙ୍ଗି ଘର ଭିତରକୁ ଯାଇ ରହିବାକଥା କହିଛନ୍ତି । ସେପଟେ ଏତିକିରେ ଟିନାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଗ୍ରହଣ କରୁଛନ୍ତି ନା ଅନ୍ୟ କିଛି ଘଟୁଛି ତାକୁ ହିଁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.