ପୁଣି ଟ୍ରିପଲ୍ ତଲାକ୍ : ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣି ଥାନାର ଦ୍ବାରସ୍ତ ହେଲେ ମହିଳା

Published By : Prameya-News7 Bureau | November 30, 2019 IST

ସୁନ୍ଦରଗଡ ୩୦।୧୧: ପୁଣି ଜଣେ ମହିଳାଙ୍କୁ ତିନି ତଲାକ୍ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବନଡେଗା ଗ୍ରାମରେ ତିନି ତଲାକ୍ ଦିଆଯାଇଥିବା  ଅଭିଯୋଗ ହୋଇଛି  । ତଲସରା ଥାନାରେ ପୀଡିତାଙ୍କ ଏତଲା ପରେ ମାମଲା ରୁଜୁ କରିଛି ପୋଲିସ ।

{"id":191991,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା  ଲୁଲକିଡିହି ଗାଁ ଏଜ୍ରାମୁଲ ହକଙ୍କ ଝିଅ ଅରବିୟାଙ୍କର ଗତ ୨୦୧୧ ମସିହାରେ ବନଡେଗା ଗ୍ରାମର ଅବୁ ସହମାଙ୍କ ସହ ବିବାହ ହୋଇଥିଲା । ବିବାହର ଏକ ବର୍ଷ ପରେ ଉଭୟ ସ୍ବାମୀ  ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏପରିକି ଅବୁ ଆଉ ଦୁଇ ଲକ୍ଷ ଟଙ୍କା ଅଧିକ ଯୌତୁକ ଦାବି କରିବା ସହ ମାର୍‌ପିଟ୍‌ କରିବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିବା ବୋଲି ଅଭିଯୋଗ ହୋଇଛି । ଆଉ ଏବେ ପୁଣି ଅବୁ ତିନି ତଲାକ୍ ଦେଇଥିବା ନେଇ କହିଛନ୍ତି ପୀଡିତା ଅରବିୟା ।  ତିନି ତଲାକ୍ ପରେ ଅରବିୟା ନିଜ ମା'ଙ୍କ ଘରେ ବର୍ତ୍ତମାନ ରହୁଛନ୍ତି । ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ।  

{"id":191992,"sizeSlug":"large"}

ତିନି ତଲାକ୍ ହେବା ପରେ ମଧ୍ୟ ଝିଅ ଘର କିପରି ବୁଝାମଣା ହୋଇପାରିବ ସନେଇ ରାଉରକେଲାରେ ଥିବା ଇମାରତ ସରିଆକୁ ଯାଇଥିଲେ । ସେଠାକାର ନିଷ୍ପତି ଅନୁଯାୟୀ ଦୁହେଁ ପୁଣି ଏକାଠି ରହିବାକୁ ହେଲେ ଅରବିୟା ମୋବାଇଲ ବ୍ୟବହାର ବନ୍ଦ କରିବାକୁ ସ୍ବାମୀ ଅବୁ କହିଥିଲେ । ସେଥିରେ ରାଜି ହୋଇଥିଲେ ବି  ଅରବିୟା ପୁଣି କିଛି ଦିନ ପରେ ଆରମ୍ଭ ହେଲା ପୁରୁଣା ନିର୍ଯାତନା । ସମସ୍ତ ଘଟଣା ବିଷୟରେ ଝିଅ ଘର ପଚାରିବାକୁ ଯିବା ସମୟରେ ତିନି ତଲାକ୍ ଦିଆଯାଇଥିବା ପୀଡିତା ଅରବିୟାଙ୍କ ଭାଇ କହିଛନ୍ତି । ସେପଟେ ପରିବାର ଲୋକ କହିଛନ୍ତି ଯେ, ଆମ ବଞ୍ଚିଥିବା ପର୍ଯ୍ୟନ୍ତ ଝିଅକୁ ଦେଖାଶୁଣା କରିବା ସହ ତାକୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ଅରବିୟାଙ୍କ ବାପା । ତିନି ତଲାକ୍ ଦେଇଥିବା ଅବୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।  କେନ୍ଦ୍ର ସରକାର ତିନି ତଲାକ୍ ବିରୋଧରେ ଆଇନ ଆଣିବା ପରେ ସୁନ୍ଦରଗଡରେ ଏହା ପ୍ରଥମ ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.