ଟାଇମ୍ସ ହେଲ୍‌ଥ୍‌ ଆଇକନ୍‌ ଆୱାର୍ଡ ୨୦୨୩: ୧୮ଟି କ୍ୟାଟେଗୋରିରୁ ୧୦ଟିରେ ପୁରସ୍କାର ପାଇସା ସମ୍‌ ହସ୍ପିଟାଲ୍‌ ଓ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌

Published By : Prameya-News7 Bureau | January 22, 2023 IST

ଭୁବନେଶ୍ୱର ୨୨/୦୧: ଭୁବନେଶ୍ୱରରେ ଟାଇମ୍ସ ଗ୍ରୁପ ପକ୍ଷରୁ ‘ଟାଇମ୍ସ ହେଲଥ୍‌ ଆଇକନ ଓଡ଼ିଶା ଆୱାର୍ଡ଼ ୨୦୨୩ ଆୟୋଜିତ ହୋଇଛି। ବିଗତ ୫ ବର୍ଷ ହେଲାଣି ଟାଇମ୍ସ ଗ୍ରୁପ୍ ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ସ୍ବାସ୍ଥ୍ୟ ସଂସ୍ଥା, ହସ୍ପିଟାଲ ଓ ଡ଼ାକ୍ତରଙ୍କୁ ବିଭିନ୍ନ ବର୍ଗରେ ଟାଇମ୍ସ ଆଇକାନ ଆୱାର୍ଡ଼ ପ୍ରଦାନ କରାଯାଇଛି। ସମସ୍ତ ରାଜ୍ୟରୁ ୪୫ଟି ମେଡ଼ିକାଲ୍‌ ଓ ଡାକ୍ତର ଏହି ପୁରସ୍କାର ପାଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଅତ୍ୟାଧୁନିକ  ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରିବା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇଥିବାରୁ ଏହି ଆୱାର୍ଡ଼ ପ୍ରଦାନ କରାଯାଇଛି।

{"id":736471,"sizeSlug":"full","linkDestination":"none"}

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ପୁରସ୍କୃତ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିରେ ତାରକା ଅତିଥି ଭାବେ ଅଭିନେତା ଅନୁପମ ଖେର ଯୋଗ ଦେଇ ଡାକ୍ତରମାନଙ୍କୁ ପୁରସ୍କାର ଦେଇଛନ୍ତି। ଟାଇମ୍ସ ହେଲ୍‌ଥ୍‌ ଆଇକାନ୍ ଆୱାର୍ଡ଼ ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ରାଜ୍ୟରେ ୬୦ ଦିନ ସର୍ଭେ କରାଯାଇ ଏଥିରୁ ସର୍ବୋତ୍ତମ ହସ୍ପିଟାଲ୍‌ ଓ ଡାକ୍ତର ଚୟନ କରାଯାଇଛି। ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଆଇଏମଏସ ସମ ଓ ସମ ଅଲ୍ଟିମେଟ୍‌ ୧୮ଟି କ୍ୟାଟେଗୋରିରୁ ୧୦ଟି କ୍ୟଟେଗୋରିରେ ପୁରସ୍କାର ପାଇଛି।

{"id":736472,"sizeSlug":"full","linkDestination":"none"}

ରାଜ୍ୟରେ ସମ୍‌ ଓ ସମ୍ ଅଲ୍ଟିମେଟ୍‌ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବାରୁ ମାଟରର୍ନିଟି କେୟାର୍‌ ରୁ, ନ୍ୟୁରୋଲୋଜି, ଡର୍ମାଟୋଲୋଜି, ଠାରୁ ଆରମ୍ଭ କରି ସମ୍ପୂର୍ଣ ସ୍ବାସ୍ଥ୍ୟ ସେବାରେ ଉତ୍ତମ ସେବା ଦେଇପାରୁଛି । ଏହା ଛଡା ସନ୍ତାନ ଫର୍ଟିଲିଟି ସେଣ୍ଟରରକୁ ଫର୍ଟିଲିଟୀ କ୍ଷେତ୍ରରେ ପୁରସ୍କାର ଦିଆଯାଇଛି। ସେହିପରି ସ୍ତ୍ରୀ ଓ ପ୍ରସୁତି ଚିକିତ୍ସା କ୍ଷେତ୍ରରେ ଡାକ୍ତର ଜିଏସଏସ ମହାପାତ୍ରଙ୍କୁ ଟାଇମ୍ସ ପରିବର୍ତ୍ତନ ଆୱାର୍ଡ଼ ପ୍ରଦାନ କରାଯାଇଛି। ରାଜ୍ୟପାଳ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ୨୦୦ରୁ ଅଧିକ ଡାକ୍ତର ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.