ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ସୌରଭ ପ୍ରକାଶନ ସଂସ୍ଥାକୁ ‘ଟାଇମ୍‌ସ ବିଜ୍‌ନେସ୍‌ ଆୱାର୍ଡ଼’

4/06/2022 at 1:27 PM

ଭୁବନେଶ୍ୱର ୦୪।୦୬ : ଚଳିତ ବର୍ଷ ମର୍ଯ୍ୟାଦାସଂପନ୍ନ ଟାଇମ୍‌ସ ବିଜିନେସ୍ ଆୱାର୍ଡ଼ ୨୦୨୨ର ଭବ୍ୟ ସମାରୋହ ଉତ୍ସବ ଅନୁଷ୍ଠିତ । ଭୁବନେଶ୍ୱର ସ୍ଥିତି ଆଇଟିସି ୱେଲ୍‌କମ୍‌ ଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅଗ୍ରଣୀ ଏବଂ ଲୋକପ୍ରିୟ ପ୍ରକାଶନୀ ସଂସ୍ଥା ମଧ୍ୟରୁ ସର୍ବଜନପ୍ରିୟ ଓ ବିଶ୍ୱସନୀୟ ସଂସ୍ଥା ଭାବେ ସୌରଭ ପ୍ରକାଶନୀ ଦ୍ୱାରା ପ୍ରକାଶିତ ତୃତୀୟ ଶ୍ରେଣୀରୁ +୨ ଶ୍ରେଣୀ ପର୍ଯ୍ୟନ୍ତ କମ୍ବୋ ବୁକ୍‌ସ, ଟେଷ୍ଟପେପର୍ସ, ସାମ୍ପଲପେପର୍ସ, ସାଥୀ ବହିକୁ ପ୍ରଥମ ଥର ଟାଇମ୍‌ସ ବିଜିନେସ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି ।

ବିଶିଷ୍ଟ ସାମାଜିକ କର୍ମୀ ତଥା ବଲିଉଡ଼ର ଲୋକପ୍ରିୟ ଅଭିନେତା ସୋନୁ ସୁଦ୍‌ଙ୍କ କରକମଳରୁ ସୌରଭ ପ୍ରକାଶନୀ ତରଫରୁ ଶ୍ରୀ ସୌରଭ ଭରାଲାୱାଲା ଏବଂ ଶ୍ରୀମତୀ ସୌରଭ ପ୍ରକାଶନ ସଂସ୍ଥାକୁ ‘ଟାଇମ୍‌ସ ବିଜିନେସ୍ ଆୱାର୍ଡ଼’ ନେହା ଭରାଲାୱାଲା ଉକ୍ତ ଆୱାର୍ଡ଼କୁ ଗ୍ରହଣ କରିଥିଲେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଉକ୍ତ ସଂସ୍ଥା ତରଫରୁ ଆଞ୍ଚଳିକ ସ୍ତରରେ ଏକ ସର୍ବେକ୍ଷଣ କରାଯାଇଥିଲା । ଲୋକପ୍ରିୟତା, ଗୁଣବତ୍ତା, ଦକ୍ଷତା ଆଦି ଦୃଷ୍ଟିରୁ ବିଚାର କରାଯାଇ ସର୍ବାଦୃତ ପ୍ରକାଶନୀ ସଂସ୍ଥା ଭାବରେ ସୌରଭ ପ୍ରକାଶନୀକୁ ନିର୍ବାଚିତ କରାଯାଇଥିଲା ।

ଶ୍ରୀମତୀ ସରିତା ଭରାଲାୱାଲା ଓ ଶ୍ରୀ ସୁରେଶ କୁମାର ଭରାଲାୱାଲାଙ୍କ ଉଦ୍ୟମରେ ୨୦୦୭ ମସିହାରୁ କଟକରେ ପ୍ରତିଷ୍ଠିତ ସୌରଭ ପ୍ରକାଶନୀ ଦୀର୍ଘ ୧୫ ବର୍ଷର ଦୀର୍ଘ ପଥ ଅତିକ୍ରମ କରିଛି । ସମସ୍ତ ସରକାରୀ ବିଦ୍ୟାଳୟ ଓ ଶିଶୁମନ୍ଦିର ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ନିମନ୍ତେ ସଂସ୍ଥା ତରଫରୁ ପ୍ରକାଶିତ ଉତ୍କୃଷ୍ଟମାନର ସୌରଭ ସେଲ୍‌ଫ ଷ୍ଟଡ଼ି ମେଟେରିଆଲସ୍‌, କମ୍ବୋ ବୁକ୍‌ସ, ଷ୍ଟପେପର୍ସ୍‌, ସାମ୍ପଲ ପେପର୍ସ୍‌, ସାଥୀ ବହି ମାଧ୍ୟମରେ ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ସହଜ ଓ ସୁଦୃଢ଼ କରିପାରିଛି ।

ସଂସ୍ଥାଦ୍ୱାରା ପ୍ରକାଶିତ ପୁସ୍ତକଗୁଡ଼ିକ ବରିଷ୍ଠ ଶିକ୍ଷାବିତ୍‌, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅଭିଭାବମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି । ସୌରଭ ପ୍ରକାଶନୀର ଉତ୍ତରୋତ୍ତର ଅଗ୍ରଗତିରେ ସମସ୍ତ ଶିକ୍ଷକ, ଶିକ୍ଷାର୍ଥୀମାନଙ୍କ ସହଯୋଗ, ପ୍ରେରଣା ଓ ଭଲପାଇବା ରହିଛି ଏବଂ ସେମାନଙ୍କ ପ୍ରଚ୍ଛନ୍ନ ଆଶୀର୍ବାଦରେ ଟାଇମ୍‌ସ ବିଜିନେସ୍ ଆୱାର୍ଡ଼ର ବିଜେତା ହୋଇପାରିଛନ୍ତି ।

   Related Posts