Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଅଭିନେତା ଟିମ୍‌ଙ୍କ ପୁଅ କରମାକ୍ ରୋଥଙ୍କର ଦେହାନ୍ତ, କ୍ୟାନସରରେ ଥିଲେ ପୀଡିତ

2/11/2022 at 7:25 AM

ମୁମ୍ଵାଇ ୦୨।୧୧: ନିକଟରେ ହଲିଉଡ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଯାହା ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ବହୁତ ସଂଗ୍ରାମ କରିବା ପରେ ସଙ୍ଗୀତକାର ତଥା ଅଭିନେତା ଟିମ୍ ରୋଥଙ୍କ ପୁଅ କରମାକ୍ ରୋଥଙ୍କର ଦେହାନ୍ତ ହୋଇଛି। ତାଙ୍କ ପରିବାରର ଏହି ଖବରକୁ ନେଇ ନିଶ୍ଚିତ କରିଛନ୍ତି। ୨୫ ବର୍ଷ ବୟସରେ କରମାକ୍‌ ରୋଥ୍‌ ଦୁନିଆକୁ ଅଲବିଦା କହିଛନ୍ତି। ପରିବାର ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି କି ୧୬ ଅକ୍ଟୋବରରେ ରୋଥ୍‌ ତାଙ୍କ ପରିବାରର ଉପସ୍ଥିତିରେ ଶାନ୍ତିପୂର୍ଣ୍ଣଭାବରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।  

କହିବାକୁ ଗଲେ କରମାକ୍‌ ରୋଥ ବେନିଂଟନ୍‌ କଲେଜ୍‌ରେ ପାଠ ପଢୁଥିଲେ। ଅନ୍ୟପଟେ ସେ ଜଣେ  ଉତ୍କୃଷ୍ଟ ସଂଗୀତଜ୍ଞ ଥିଲେ ଏବଂ ଗିଟାର ବଜାଉଥିଲେ ।କେବଳ ଏତିକି ନୁହେଁ, ସେ ଜଣେ ସଙ୍ଗୀତକାର ଏବଂ ନିର୍ମାତା ମଧ୍ୟ ଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ପ୍ରକାଶ କରିଛନ୍ତି କି ନଭେମ୍ଵର ୨୦୨୧ରେ ତାଙ୍କୁ କ୍ୟାନସର ହୋଇଛି ବୋଲି ଜାଣିଥିଲେ । ସେତେବେଳେ ପୁଣି ଷ୍ଟେଜ୍‌ ୩ରେ ଜର୍ମ ସେଲ୍ କର୍କଟ ରୋଗରେ ପୀଡିତ ଥିଲେ।

କରମାକ୍ ରୋଥଙ୍କ ପିତା ଅନେକ ପପୁଲାର ହଲିଉଡ୍‌ ଫିଲ୍ମରେ ଗୀତ ଗାଇଛନ୍ତି। ଯାହା ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଖବର ପରଠାରୁ ପ୍ରଶଂସକମାନେ କରମାକ୍ ରୋଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରିବାରକୁ ସ୍ଵାନ୍ତନା ଦେଉଛନ୍ତି।

   Related Posts