ମେଲବର୍ଣ୍ଣ ଟେଷ୍ଟ୍ : ରନଆଉଟ୍ ହୋଇଥିଲେ ଅଧିନାୟକ ଟିମ୍ ପେନ୍, କିନ୍ତୁ ନଟଆଉଟ୍ ଦେଇଥିଲେ ଥାର୍ଡ ଅମ୍ପାୟାର !

Published By : Prameya-News7 Bureau | December 26, 2020 IST

ମେଲବର୍ଣ୍ଣ ୨୬/୧୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ଦ୍ବିତୀୟ ମୁକାବିଲା ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଜାରି ରହିଛି । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍‌ଙ୍କ ରନଆଉଟକୁ ନେଇ ବିବାଦ ଦେଖାଦେଇଛି । ପେନ୍‌ଙ୍କ ଆଉଟକୁ ନେଇ ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୪ତମ ଓଭରରେ ଅଧିନାୟକ ଟିମ୍ ପେନ୍‌ ଆଉଟ ହୋଇଥିଲେ । କିନ୍ତୁ ଥାର୍ଡ୍ ଅମ୍ପାୟାର ପୋଲ ଓ୍ବିଲସନ୍ ତାଙ୍କୁ ନଟଆଉଟ୍ ଘୋଷଣା କରିଥିଲେ ।

wp:embed {"url":"https://twitter.com/cricketcomau/status/1342696037979340800?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1342696037979340800%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.aajtak.in%2Fsports%2Fcricket%2Fstory%2Ftim-paine-controversial-run-out-india-vs-australia-2nd-test-melbourne-shane-warne-third-umpire-tspo-1182929-2020-12-26","type":"rich","providerNameSlug":"twitter","responsive":true,"className":""}
https://twitter.com/cricketcomau/status/1342696037979340800?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1342696037979340800%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Fsports%2Fcricket%2Fstory%2Ftim-paine-controversial-run-out-india-vs-australia-2nd-test-melbourne-shane-warne-third-umpire-tspo-1182929-2020-12-26
/wp:embed wp:heading {"level":5}
ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ କ୍ରିକେଟର ଏବଂ ପ୍ରଶଂସକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହାକୁ ଜୋରଦାର ସମାଲୋଚନା କରିଛନ୍ତି । ଅଷ୍ଟ୍ରେଲିଆ ଇଂନିସର ୫୪ ତମ ଓଭରରେ ରବିଚନ୍ଦ୍ରନ ଅଶ୍ବିନୀଙ୍କ ବଲରେ ଟିମ୍ ପେନ୍‌ ଏକ ସଟ୍ ଖେଳିଥିଲେ । ତେବେ କ୍ୟାମରେନ୍ ଗ୍ରୀନ ଏବଂ ଟିମ୍ ପେନ୍‌ଙ୍କ ମଧ୍ୟରେ ବୁଝାମଣା ଅଭାବରୁ କ୍ରିଜ୍‌ରେ ପହଞ୍ଚିବା ଆଗରୁ ଓ୍ବିକେଟ୍‌କିପର ଋଷଭ ପନ୍ତ ତାଙ୍କୁ ରନ୍‌ଆଉଟ କରିଦେଇଥିଲେ ।
/wp:heading wp:embed {"url":"https://twitter.com/ShaneWarne/status/1342693817514745856?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1342693817514745856%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.aajtak.in%2Fsports%2Fcricket%2Fstory%2Ftim-paine-controversial-run-out-india-vs-australia-2nd-test-melbourne-shane-warne-third-umpire-tspo-1182929-2020-12-26","type":"rich","providerNameSlug":"twitter","responsive":true,"className":""}
https://twitter.com/ShaneWarne/status/1342693817514745856?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1342693817514745856%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Fsports%2Fcricket%2Fstory%2Ftim-paine-controversial-run-out-india-vs-australia-2nd-test-melbourne-shane-warne-third-umpire-tspo-1182929-2020-12-26
/wp:embed wp:heading {"level":5}
ଭାରତୀୟ ଖେଳାଳିମା​‌ନେ ଅପିଲ କରିବା ପରେ ପଡିଆ ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କୁ ରିଭ୍ୟୁ ପାଇଁ ଇସାରା କରିଥିଲେ । ଭିଡିଓକୁ ଦେଖିସାରିବା ପରେ ଥାର୍ଡ୍ ଅମ୍ପାୟାର ଓ୍ବିଲସନ୍‌ ନଟଆଉଟ୍ ଘୋଷଣା କରିଥିଲେ । ଏହା ପରେ ସୋସିଆଲ ମିଡିଆରେ ଜୋରଦାର ସମାଲୋଚନା ହେଉଛି । ଅଷ୍ଟ୍ରେଲିଆର ମହାନ କ୍ରିକେଟର ସେନ୍ ଓ୍ବାର୍ଣ୍ଣ୍ ଟ୍ବିଟ୍ କରି କହିଛନ୍ତି ଯେ, ଏହା ଆଉଟ ଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଥାର୍ଡ ଅମ୍ପାୟାର ଏହାକୁ ନଟଆଉଟ୍ ଘୋଷଣା କରିଥିଲେ’ ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.