ଆକ୍ରାନ୍ତ ସଂଖ୍ୟା ୧୩,୩୮୭କୁ ବୃଦ୍ଧି: ୪୦ ପ୍ରତିଶତ କମିଛି ସଂକ୍ରମିତ ହାର, ଅନ୍ୟ ଦେଶ ତୂଳନାରେ ଭାରତର ସ୍ଥିତି ଭଲ ରହିଛି

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ ୧୭।୦୪: ଦେଶରେ କରୋନା ଭାଇରସ୍‌ ସଂକ୍ରମିତ ସଂଖ୍ୟା ୧୩,୩୮୭କୁ ବୃଦ୍ଧି ଘଟିଛି। କରୋନାରେ ଏ ପର୍ଯ୍ୟନ୍ତ ୪୩୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୧୦୦୭ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ  ହୋଇଛି। ଗତ ୨୪ ଘଣ୍ଟାରେ ୨୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଆଶ୍ଵସ୍ତିକର ଖବର ଏହା ଯେ, ଏପ୍ରିଲ ୧ରୁ ଅଦ୍ୟାବଧି କରୋନା ସଂକ୍ରମଣ ବୃଦ୍ଧି ପାଇବା ହାର ୪୦ ପ୍ରତିଶତ ହ୍ରାସ ଘଟିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଅଗ୍ରଓ୍ଵାଲ କହିଛନ୍ତି, ଏ ପର୍ଯ୍ୟନ୍ତ ୧୭୪୯ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି। ରାପିଡ୍ ଟେଷ୍ଟ ପାଇଁ ୫ ଲକ୍ଷ କିଟ୍ ରାଜ୍ୟଗୁଡିକୁ ପଠାଯାଇଛି। ଏପ୍ରିଲ ୧ରୁ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣ ବୃଦ୍ଧି ପାଇବାର  ହାର ୪୦ ପ୍ରତିଶତ କମ ହୋଇଛି। ଦେଶରେ ରାପିଡ୍ ଟେଷ୍ଟିଂ କିଟ୍ ତିଆରି କାମ ଜାରି ରହିଛି। ରାପିଡ୍ କିଟ୍‌ରେ ୩୦ ମିନିଟରେ ରିପୋର୍ଟ ମିଳିବ। ମେ ୧୦ ସୁଦ୍ଧା ୧୦ ଲକ୍ଷ ସ୍ଵଦେଶୀ ରାପିଡ୍ ଟେଷ୍ଟିଂ କିଟ୍ ତିଆରି ହେବାର ଲକ୍ଷ୍ୟ ରଖାଯାଇଛି। ଅନ୍ୟ ଦେଶକୁ ଦେଖିଲେ ଭାରତର ସ୍ଥିତି ଉନ୍ନତ ରହିଥିବା ସେ କହିଛନ୍ତି।

wp:core-embed/twitter {"url":"https://twitter.com/ANI/status/1251102487924310016","type":"rich","providerNameSlug":"twitter","className":""}
https://twitter.com/ANI/status/1251102487924310016
/wp:core-embed/twitter

ଅଗ୍ରଓ୍ଵାଲ କହିଛନ୍ତି, ଲକ୍‌ଡାଉନ୍‌ ପୂର୍ବରୁ ତିନି ଦିନ ଦୁଇ ଗୁଣ ହାରରେ କରୋନା କେସ୍ ସାମ୍ନାକୁ ଆସୁଥିଲା। ଏପ୍ରିଲ ୧ ପରେ ଏହି ବୃଦ୍ଧି ହାରରେ ୪୦ ପ୍ରତିଶତ ହ୍ରାସ ଘଟିଛି। ୮୦ ପ୍ରତିଶତ ଲୋକ ସୁସ୍ଥ ହୋଇ ସାରିଥିବା ବେଳେ ୨୦ ପ୍ରତିଶତଙ୍କ ମୃତ୍ୟୁ ଘଟିଛି। ଆଜି ମନ୍ତ୍ରୀ ମଣ୍ଡଳୀୟ ବୈଠକରେ ଡାଇଗ୍ନୋସିସ୍, ଭ୍ୟାକ୍‌ସିନ ଆଦି ଉପରେ ଆଲୋଚନା ହୋଇଛି। ସରକାରଙ୍କ ପାଇଁ ପ୍ରତି ମୃତ୍ୟୁ ଚିନ୍ତାର ବିଷୟ ମାତ୍ର ଭାରତ ଅନ୍ୟ ଦେଶ ତୂଳନାରେ ଭଲ ସ୍ଥିତିରେ ରହିଥିବା ଏବଂ ଭଲ ମୁକାବିଲା କରୁଥିବା ଲଭ ଅଗ୍ରଓ୍ଵାଲ କହିଛନ୍ତି।

ଅଗ୍ରଓ୍ଵାଲ କହିଛନ୍ତି ଇମ୍ୟୁନ୍ ବୁଷ୍ଟର ଡିଭାଇସ୍‌ ଓ ପ୍ଲାଜମା ଥେରାପୀ ଉପରେ ମଧ୍ୟ କାମ ଜାରି ରହିଛି। ସମଗ୍ର ଦେଶରେ ୧୯୧୯ କୋଭିଡ୍ ହସ୍ପିଟାଲ ଓ ଓ୍ଵେଲନେସ୍ କେନ୍ଦ୍ର ପ୍ରସ୍ତୁତ ରହିଛି। ୧୭୩୦୦ ଆଇସୋଲେସନ ଶଯ୍ୟା ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ପ୍ରତି ମାସରେ ୬୦୦୦ ଭେଣ୍ଟିଲେଟର ପ୍ରସ୍ତୁତ କରାଯାଉଛି। ଆରଟି ପିସିଆର ଉପରେ କାମ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.