ମହାରାଷ୍ଟ୍ରରେ ଚାଲ ଖେଳିଲା ଶିବସେନା, ଜାଣନ୍ତୁ ବିଜେପି ଆଗରେ କଣ ରଖିଛି ଫର୍ମୂଲା

Published By : Prameya-News7 Bureau | October 25, 2019 IST

ମୁମ୍ବାଇ ୨୫।୧୦: ହରିୟାଣାରେ ସରକାର ଗଠନ ଲାଗି ବିଜେପି ରାଜନୈତିକ ରଣନୀତିରେ ସଫଳ ହୋଇଛି। ଜେଜେପି ମେଣ୍ଟ ଲାଗି ସହମତ ହୋଇଯାଇଛି। ହେଲେ ମହାରାଷ୍ଟ୍ରରେ ରାଜନୀତି ଚିତ୍ର ପୁରା ଓଲଟା। ସରକାର ଗଢିବା ଲାଗି ବିଜେପି ସହ ସର୍ତ୍ତ ରଖିଛି ଶିବସେନା। ଉଦ୍ଧବ ଠାକରେ ବିଜେପିକୁ ୫୦-୫୦ ଫର୍ମୂଲା ଅଫର ଦେଇଛନ୍ତି ।ଏଥିରେ ଯଦି  ବିଜେପି ସହମତ ହୁଏ ତେବେ ଯାଇ ରାଜ୍ୟରେ ଶିବସେନା-ବିଜେପି ମେଣ୍ଟ ସରକାର ଲାଗି ପ୍ରସ୍ତୁତି ଆରମ୍ଭ ହେବ।

ମହାରାଷ୍ଟ୍ରରେ ଶିବସେନାର ୫୬ ବିଧାୟକଙ୍କ ବଳରେ ହିଁ ବିଜେପି ସରକାର ଗଠନ କରିପାରିବ। ବିଜେପିର ୧୦୫ ବିଧାୟକ ନିର୍ବାଚିତ ହୋଇଛନ୍ତି । ଯଦିଓ ସରକାର ଗଠନଲାଗି ଏଠାରେ ମ୍ୟାଜିକ୍ ନମ୍ବର ୧୪୫ । ଶିବସେନାର ୫୬ ବିଧାୟକଙ୍କ ସମର୍ଥନ କଲେ ବିଜେପି ପୁଣି କ୍ଷମତାକୁ ଫେରିପାରିବ।

ତେବେ କେବଳ ୫୦-୫୦ ନୁହେଁ ଶିବସେନା ସରକାରରେ ଗୃହ, ଅର୍ଥ, ରାଜସ୍ୱ, ଜଙ୍ଗଲ ଓ ଶିକ୍ଷା ଆଦି ମନ୍ତ୍ରାଳୟ ମଧ୍ୟ ମାଗିଛି । ଫିପ୍ଟି-ଫିପ୍ଟି ଫର୍ମୁଲାରେ ଶିବସେନା ମୁଖ୍ୟ ସରକାରୀ ମହାମଣ୍ଡଳରେ ମଧ୍ୟ ଅଧା ଭାଗୀଦାରୀ ପାଇଁ ଅଡି ବସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.