ମିଡିଆ ୨୦୦୮-୦୯ ପର୍ଯ୍ୟନ୍ତ ୨୪ ଘଣ୍ଟା ମୋର ଓ୍ଵାଃ ଓ୍ଵାଃ କରୁଥିଲା, ଏ ୨ଟି ପ୍ରସଙ୍ଗ ଉଠାଇବାରୁ ମୋ ବିରୋଧରେ ହୋଇଗଲା: ରାହୁଲ

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଲୀ: ‘ଭାରତ ଯୋଡୋ’ରେ ବାହାରି ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ଜାରି କରି ନିଜର ରାଜନୀତିରେ ମିଡିଆ ଛବିକୁ ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୦୮-୦୯ରେ ମିଡିଆ ମୋର ଖୁବ୍ ପ୍ରଶଂସା କରୁଥିଲା। ମାତ୍ର ଏହି ସମୟରେ ମୁଁ ଦୁଇଟି ପ୍ରସଙ୍ଗ ଉଠାଇଥିଲି। ଗୋଟିଏ ନିୟମଗିରି ଏବଂ ଅନ୍ୟଟି ଭଟ୍ଟା ପାରସୋଲ। ଏହା ପରେ ସବୁ କିଛି ବଦଳିଗଲା।

ରାହୁଲ ଗାନ୍ଧୀ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ‘ମୋର ମିଡିଆ ଛବିର ପ୍ରକୃତ ସତ୍ୟ କଣ ?’ ଏହି ପ୍ରଶ୍ନ ସହିତ ଏକ ଭିଡିଓ ପୋଷ୍ଟ କରିଛନ୍ତି। ବିଜେପି ତାଙ୍କ ଛବି ଖରାପ କରିଥିବା ସେ ଅଭିଯୋଗ କରିଛନ୍ତି।

ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି, ଯେବେ ମୁଁ ରାଜନୀତିକୁ ଆସିଲି ଦେଶରେ ସମସ୍ତ ଗଣମାଧ୍ୟମ ୨୦୦୮-୨୦୦୯ ପର୍ଯ୍ୟନ୍ତ  ୨୪ ଘଣ୍ଟା ମୋର ଓ୍ଵାଃ ଓ୍ଵାଃ କରୁଥିଲେ। ପୁଣି ଦୁଇଟି ପ୍ରସଙ୍ଗ ନିୟମଗିରି ଏବଂ ଭଟ୍ଟାପାରସୋଲା ଉଠାଇଲି ଏବଂ ତା ପରଠୁ ସବୁ କିଛି ବଦଳିଗଲା। ଯେବେ ମୁଁ ଭୂମି ପ୍ରସଙ୍ଗ ଉଠାଇଲି ଏବଂ ଗରିବ ଲୋକଙ୍କ ସୁରକ୍ଷା କଥା କହିଲି, ସେହି ସମୟରେ ପୂରା ମିଡିଆରେ ତମାସା ଆରମ୍ଭ ହୋଇଥିଲା।

wp:html /wp:html

ରାହୁଲ କହିଛନ୍ତି, ବିଜେପି ମୋ ଛବି ଖରାପ କରିବା ଲାଗି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି। ହେଲେ ସେମାନେ ଏମିତି କରି ମୋତେ ଆହୁରି ଶକ୍ତି ଦେଉଛନ୍ତି, କାରଣ ସତ୍ୟକୁ ଚପାଇ ରଖାଯାଇ ପାରିବ ନାହିଁ। ମୋତେ ଜଣା ଯେତେବେଳେ ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ ହେଉଛି ଏହାର ଅର୍ଥ ମୁଁ ସଠିକ୍ ରାସ୍ତାରେ ଅଛି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଓଡିଶାର କଳାହାଣ୍ଡି ଜିଲ୍ଲାର ନିୟମଗିରି ପର୍ବତରେ ବେଦାନ୍ତ କମ୍ପାନିର ଖନନ ପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରିଥିଲେ। ନିୟମଗିରିକୁ ନେଇ ଖୁବ୍ ବିରୋଧ ପ୍ରଦର୍ଶନ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉପରେ ରୋକ୍ ଲଗାଯାଇଥିଲା। ଅନ୍ୟଟି ଉତ୍ତର ପ୍ରଦେଶର ଭଟ୍ଟା ପରସୋଲରେ ଜମି ଅଧିଗ୍ରହଣକୁ ନେଇ ୨୦୧୧ରେ କୃଷକଙ୍କ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧୀ ତତ୍କାଳୀନ ମାୟାବତୀ ସରକାରଙ୍କ ବିରୋଧରେ କୃଷକଙ୍କୁ ସମର୍ଥନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.