AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଟାଇଲ୍‌ ପଇସା ନଦେବାରୁ ରାଗରେ ମାଲିକର ଏକ କୋଟି ଟଙ୍କାର ମର୍ସିଡିଜ୍ କାର୍ ନିଆଁରେ ଲଗାଇ ଦେଲେ ରାଜମିସ୍ତ୍ରୀ

15/09/2022 at 4:21 PM

ନୂଆଦିଲ୍ଲୀ: ଟାଇଲ୍‌ ପଇସା ନ ଦେଇଥିବାରୁ ରାଗରେ ମାଲିକର ଏକ କୋଟି ଟଙ୍କାର ମର୍ସିଡିଜ୍ କାର୍ ନିଆଁରେ ଲଗାଇଦେଲା ରାଜମିସ୍ତ୍ରୀ। ଘଟଣା ଘଟିଛି ଉତ୍ତର ପ୍ରଦେଶ ନୋଏଡା ସେକ୍ଟର ୪୫ରେ।

ଟାଇଲ ସପ୍ଲାଏ କରିଥିବା ରଣବୀର ନୋଏଡ଼ାର ଆୟୁଷ ଚୌହ୍ୱାନଙ୍କ ଘରକୁ ଟାଇଲ୍ ଯୋଗାଇବା ସହ ତାଙ୍କ ଘର ନିର୍ମାଣ କାମ କରୁଥିଲା। ରଣବୀରର ଅଭିଯୋଗ ଅନୁସାରେ, ଆୟୁଷ ଚୌହ୍ୱାନଙ୍କ ଘରେ ଲାଗିଥିବା ୨ ଲକ୍ଷ ଟଙ୍କାର ଟାଇଲ୍‌ ପଇସା ସେ ପାଇ ନଥିଲା। ମାମଲା ୨୦୧୯-୨୦ ବେଳର। ସେ ବାରମ୍ବାର ମାଗିଥିଲେ ମଧ୍ୟ ତାଙ୍କୁ ଟଙ୍କା ଦେଇ ନଥିଲେ ଚୌହ୍ୱାନ ପରିବାର। ଫଳରେ ରାଗରେ ସେ କାର୍‌ରେ ନିଆଁ ଲଗାଇ ଦେଇଥିବା ରଣବୀର କହିଛି।

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ରଣବୀର ପ୍ରଥମ ଚୌହ୍ୱାନଙ୍କ ଘରେ ପହଞ୍ଚି ସବୁ ଲୋକ ଯିବା ପର୍ଯ୍ୟନ୍ତ ଅପେକ୍ଷା କରୁଛି। ଆଉ ଲୋକଯିବା ପରେ କାର୍ ଉପରେ ଦହନଶୀଳ ଲିକ୍ୟୁିଡ୍‌ ଢାଳି ନିଆଁ ଲଗାଇ ଦେଉଛି। ହୁ ହୁ ହୋଇ କାର ଜଳୁଥିବା ଦେଖି ଲୋକେ ଆସି ଆୟୁଷ ଚୌହ୍ୱାନ୍‌ଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସେମାନେ ନିଆଁ ଲିଭାଇବାକୁ ଆସିବା ବେଳକୁ କାର୍ ଜଳି ସାରିଥିଲା।

ଘଟଣାରେ ଆୟୁଷ ଚୌହ୍ୱାନ୍‌ କିନ୍ତୁ ରଣବୀରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କୌଣସି ଟଙ୍କା ବାକି ନଥିଲା। ସେ ମାଗିଥିବା ସମୟରେ ହିଁ ତାଙ୍କୁ ସମସ୍ତ ଟଙ୍କା ଦିଆଯାଇଥିଲା ବୋଲି ଶ୍ରୀ ଚୌହ୍ୱାନ କହିଛନ୍ତି। ତେବେ କରୋନା ସମୟରୁ ରଣବୀର ଘରେ ବସିଥିବା ସମୟରେ ଆମେ ଆଉ ଜଣେ ମିସ୍ତ୍ରୀ ଦ୍ୱାରା କାମ କରିବାରୁ ତାଙ୍କର ରାଗ ଥିଲା। ଆଉ ସେଇ ରାଗରେ ସେ ଏପରି କରିଥିବା ପୁଲିସରେ ଅଭିଯୋଗ କରିଛନ୍ତି ଚୌହ୍ୱାନ। ଏହି ଘଟଣା ପରେ ପୁଲିସ ରଣବୀରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।   

   Related Posts