oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ମୟୁରଭଞ୍ଚରେ ମକର ପର୍ବ – ଏନ୍ତୁଡି ଶାଳାରେ ତିଆରି ହେଉଛି ତିଳଉ

13/01/2020 at 9:52 AM

ଉଦଳା (ଶ୍ରୀକାନ୍ତ ନାୟକ) ୧୩।୦୧ – ଆଉ ମାତ୍ର ଦୁଇ ଦିନ ପରେ ମୟୂରଭର ଗଣପର୍ବ ମକର । ମକର ବିଶେଷକରି ଆଦିବାସୀ ଅଧୁୟଷିତ ଅଂଚଳରେ ପାଳିତ ହୋଇଥାଏ । ଏହି ଗଣପର୍ବରେ ମୁଖ୍ୟ ସାମଗ୍ରୀ ହୋଇଥାଏ ତିଳଉ । ଯାହା ପୁରା ମକର ପର୍ବକୁ ଦେଇଥାଏ ନୂତନ ମହକ । ତବେ ତିଳଉର ଏନ୍ତୁଡି ଶାଳରୁ କିପରି ଆସୁଛି ମକର ମହକ ।

ଜଳୁଛି ଚୁଲି । ଚୁଲି ଉପରେ ବସିଛି ଗୁଡ ଭର୍ତି ଏକ ସାମଗ୍ରୀ । ଯେଉଁଥରେ ଗୁଡକୁ ଗରମ  କରାଯାଉଛି । ଏହା ପରେ ଆରମ୍ଭ ହେଉଛି ତିଳଉ ପ୍ରସ୍ତୁତି । ତିଳଉ, ଏହି ନାମକୁ ସହଜରେ କେହି ଜାଣିପାରିବେ ନାହିଁ । କେବଳ ଆଦିବାସୀ ଅଧୁୟଷିତ ମୟୂରଭ ଜିଲ୍ଲାରେ ଏହାର ମହକ ରହିଛି । ଏହି ତିଳଉ ହିଁ ଦେଇଥାଏ ମକରକୁ ଏକ ସ୍ବତନ୍ତ୍ର ପରିଚୟ । ତବେ ଏହି ତିଳଉ କଣ, ଏହା କିପରି ତିଆରି ହୁଏ ତାହାର ଏନ୍ତୁଡିଶାଳ ହିଁ ମକର ପର୍ବର ଦେଇଥାଏ ମହକ ।

 ତିଳଉ ଦୁଇ ପ୍ରକାରର ରହିଛି । ଗୋଟିଏ ହେଲା ଧଳା ତିଳଉ ଆଉ ଗୋଟିଏ ଲାଲ ତିଳଉ । ତବେ ଲାଲ ତିଳଉର ଏପରି ହୁଏ । ପ୍ରଥମେ ଏକ ପାତ୍ରରେ ଗୁଡକୁ ରଖାଯାଇଥାଏ । ତାହାକୁ ଗରମ କରାଯାଇଥାଏ । ଯତବଳେ ଗୁଡ ଗରମ ହୋଇ ଅଠା ସଦୃଶ ହୋଇଯାଏ ତାହାକୁ ଏକ ଫାଙ୍କା ତଥା ସଫା ପକ୍କା ଉପରେ ଢାଳି ଦିଆଯାଏ । ତତପରେ ତାହାକୁ କିଛି ସମୟ ଥଣ୍ଡା ହେବାକୁ ଛଡାଯାଇଥାଏ । ଥଣ୍ଡା ହେବା ପରେ ଉକ୍ତ ଗୁଡକୁ ଏକ ଗୋଲା କରାଯାଇ ତାହାକୁ ନେଇ ପୂର୍ବରୁ ଥତ୍ବା ଏକ ଖୁଂଟରେ ରଖି ଦିଆଯାଏ । ସେଠାରେ ଉକ୍ତ ଅଠା ସଦୃଶ ଗୁଡ ବୋହି ଯାଉଥଲା ବଳେ ତାହାକୁ ବାରମ୍ବାର ଉପର ତଳ କରିବା ପରେ ତାହା ଏକ ମଣ୍ଡରେ ପରିଣତ ହୋଇଥାଏ । ଉକ୍ତ ମଣ୍ଡ ଟାଣ ହେବା ପରେ ତାହାକୁ ଆଣି ଚାଉଳଚୂନା ପଡିଥବା ଏକ ପଟା ଉପରେ ରଖାଯାଇ ଛୋଟ ଛୋଟ ଗୁଳା କଟାଯାଇଥାଏ । ଉକ୍ତ ଗୁଳା ଗୁଡିକରେ କଳାଜିରା ଦିଆଯିବା ପରେ ତାହାକୁ ଏକ ପାତ୍ରରେ ରଖାଯାଏ । ଏକ ଗାତରେ ଚୁଲି ଭଳି ନିଅଁ। ଜଳାଯାଇଥାଏ । ଯାହା ଉପରେ ଉକ୍ତ ଗୁଡର ଗୋଳା ଗୁଡିକୁ  ଥାକ ଥାକ କରି କିଛି ସମୟ ରଖାଯାଇଥାଏ । ଏହା ପରେ ତାହା ନିଅଁ।ର ଗରମରେ ତାତି ତରଳିଯାଇ ପିଠା ସଦୃଶ ହୋଇଥାଏ । ତାହାକୁ ଖୋଲି ଆଣି ପାତ୍ରରୁ ବାହାର କରି ଦିଆଯାଏ । ଏବଂ କିଛି ସମୟ ବାହାରେ ରଖବା ପରେ ତାହାକୁ ବିକ୍ରି ନିମନ୍ତେ ପଠାଯାଇଥାଏ । 

ଏହି ତିଳଉ ଏବେ ବଜାରରେ କିଲୋ ପ୍ରତି ଏକ ଶହ ଟଙ୍କାରେ ବିକ୍ରୀ ହେଉଥବା  ବଳେ ବେପାରୀମାନେ ଏହାକୁ୮୦ ଟଙ୍କାରେ କିଣିଥାନ୍ତି । ତବେ ଦିନକୁ ଦିନ ତିଳଉ ପ୍ରସ୍ତୁତ ସାମଗ୍ରୀର ଦାମ୍ ବଢୁଥତ୍ବାରୁ ତିଳଉର ଦାମ୍ ମଧ୍ୟ ବୃଦ୍ଧି ପାଉଛି । ଦୁଇ ପ୍ରକାରର ତିଳଉ ମଧ୍ୟରୁ ଲାଲ ତିଳଉ ମକର ପର୍ବରେ ପୂଜାରେ ଲାଗୁଥତ୍ବା ବଳେ ଧଳା ତିଳଉ ଘରେ ଖାଇବା ତଥା ବନ୍ଧୁବର୍ଗଙ୍କୁ ପ୍ରେରଣ କରାଯାଇଥାଏ । 

ତବେ ମକରର ମହକ କିଛି ଅଲଗା ରହିଥତ୍ବା ବଳେ ତିଳଉ ହିଁ ଏହାର କେନ୍ଦ୍ରବିନ୍ଦୁ । ତିଳଉ ବିନା ମକର ପାଳନ ସମ୍ଭବ ନୁହେଁ । ତିଳଉର ଏନ୍ତୁଡିଶାଳରୁ ହିଁ ଆସିଥାଏ ମକର ପ୍ରସ୍ତୁତିର ମହକ । ଏହି ତିଳଉ ଖାଇବାକୁ ଯେତିକି ସୁଆଦିଆ ଏହାର ପ୍ରସ୍ତୁତି ସେତିକି କଷ୍ଟ । 

   Related Posts