ଇଣ୍ଟରନେଟ୍‌ରେ ଛାଇଛନ୍ତି TikTokର ମଧୁବାଲା, କରନ ଜୋହରଙ୍କୁ ଦର୍ଶକ କହିଲେ, ଏହି ଯୁବତୀଙ୍କୁ ଫିଲ୍ମରେ ସାଇନ କରନ୍ତୁ

Published By : Prameya-News7 Bureau | October 11, 2019 IST

ମୁମ୍ବାଇ୧୧|୧୦: ଟିକ୍‌ଟକ୍‌ରେ ପ୍ରିୟଙ୍କା କଣ୍ଡୱାଲ ନାମକ ଜଣେ ଯୁବତୀ ହଠାତ୍‌ ଫେମସ ହେବାରେ ଲାଗିଛନ୍ତି।ତେବେ ଆଜିକାଲି ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକ ଫେମସ ହେଉଛନ୍ତି। ସେହିଭଳି ଟିକ୍‌ଟକ୍‌ ପ୍ଲାଟଫର୍ମରେ ଅନେକ ଲୋକ ଦର୍ଶକଙ୍କର ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

{"id":168834}

ପ୍ରିୟଙ୍କା ସମ୍ପୂର୍ଣ୍ଣ ଭାବେ ବଲିଉଡ ଅଭିନେତ୍ରୀ ମଧୁବାଲାଙ୍କ ଭଳି ଦେଖିବାକୁ।

{"id":168839}

ପ୍ରିୟଙ୍କା ଟିକ୍‌ଟକ୍‌ରେ ଯେତିକି ଭିଡିଓ ସେୟାର କରିଛନ୍ତି ସବୁଥିରେ ସେ ମଧୁବାଲା ରୂପରେ ନଜର ଆସିଛନ୍ତି।ସେଥିପାଇଁ ସେ ଟିକ୍‌ଟକ୍‌ର ମଧୁବାଲା ଭାବେ ପରିଚିତ।

{"id":168835}

ପ୍ରିୟଙ୍କାଙ୍କ ଚେହେରା ସମ୍ପୂର୍ଣ୍ଣ ଭାବେ ମଧୁବାଲାଙ୍କ ସହ ମିଶେ। ଏହି କାରଣ ଯୋଗୁଁ ସୋସିଆଲ ମିଡିଆରେ ତାଙ୍କୁ ଏହି ନାଁ ଦିଆଯାଇଛି।

{"id":168836}

ପ୍ରିୟଙ୍କାର ଏତେ ଫ୍ୟାନ୍ସ ଅଛନ୍ତି ଯେ, ତାଙ୍କ ଭିଡିଓ ତଳେ ଫିଲ୍ମ ପ୍ରଯୋଜକ କରନ ଜୋହରଙ୍କୁ ଟାଗ କରି ପ୍ରିୟଙ୍କାଙ୍କୁ ଫିଲ୍ମରେ ସାଇନ କରିବା ପାଇଁ ଅପିଲ କରିଛନ୍ତି।   

{"id":168837}

ଟିକ୍‌ଟକ୍‌ରେ ଏମିତି ଅନେକ ବଲିଉଡର ଲୁକ୍‌-ଏ-ଲାଇକ ଅଛନ୍ତି। କିଛି ଦିନ ପୂର୍ବରୁ କ୍ୟାଟଚ୍ରିନାଙ୍କ ଭଳି ଦେଖାଯାଉଥିବା ଯୁବତୀ ମଧ୍ୟ ଚର୍ଚ୍ଚାରେ ଥିଲେ।

{"id":168838}

କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀଙ୍କ ନାଁ ହେଉଛି ଏଲିନା ରାୟ। ଏଲିନା ମୁମ୍ବାଇରେ ରୁହନ୍ତି। ଏହା ପୂର୍ବରୁ କ୍ରିକେଟ ତାରକା ବିରାଟ କୋହଲୀଙ୍କ ଭଳି ଦେଖାଯାଉଥିବା ଯୁବକ ମଧ୍ୟ ବେଶ ଚର୍ଚ୍ଚାରେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.