ଟିକ୍ଟକ୍ରେ କରୀନା କପୁରଙ୍କ ହମ୍ସକଲ୍ ହୋଇ ଦର୍ଶକଙ୍କୁ ଦିୱାନା କରୁଛନ୍ତି ଏହି ଯୁବତୀ…
12/02/2020 at 3:13 PM

ଆଜିକାଲି ଟିକ୍ଟକ୍ରେ ବଲିଉଡ୍ ସେଲିବ୍ରିଟିମାନଙ୍କ ‘ହମ୍ସକଲ’ ଟ୍ରେଣ୍ଡ ଚାଲିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ମଧ୍ୟ ହେଉଛି। ନିକଟରେ ବଲିଉଡ ଅଭିନେତ୍ରୀ ମାଧୁରୀ,କ୍ୟାଟ୍ରିନା କୈଫ୍, ଦୀପିକା ପାଦୁକୋନ ଓ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ‘ହମ୍ସକଲ’ଙ୍କ ଭିଡିଓ ଭାଇରାଲ ହୋଇଥିଲା।

ଟିକ୍ଟକ୍ରେ ଫିଲ୍ମ ସେଲିବ୍ରିଟିଙ୍କ ବ୍ୟତୀତ କ୍ରିକେଟ୍ ହମ୍ସକଲ୍ ମଧ୍ୟ ବହୁତ ଅଛନ୍ତି। ସେମାନଙ୍କୁ ଦେଖିଲେ କିଏ ଅସଲି ଓ କିଏ ନକଲୀ ଜାଣିବା କଷ୍ଟକର ହୋଇଯିବ।ତେବେ ଏହି ଲିଷ୍ଟରେ ଆଉ ଜଣେ ଯୁବତୀଙ୍କ ନାଁ ସାମିଲ ହୋଇଛି। ସେ ହେଉଛନ୍ତି ‘ଶନାୟା ସଚଦେବା’। ସେ କରିନା କପୁର ଖାନ୍ଙ୍କ ଭଳିଆ ଦେଖିବାକୁ।

ତାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ବେଶ ଚର୍ଚ୍ଚା ହେଉଛି। ଶନାୟା ପ୍ରାୟତଃ କରୀନାଙ୍କ ଭଳି ଡ୍ରେସ୍ ପିନ୍ଧି ଭିଡିଓ କରୁଛନ୍ତି। କରୀନାଙ୍କ ଗେଟ୍ଅପ୍ରେ ତାଙ୍କ ଭିଡିଓ ଭାଇରାଲ ହେଉଛି। ଶାନାୟାଙ୍କୁ ଟିକ୍ଟକ୍ ବେବୋ ବୋଲି କୁହାଯାଉଛି।

ଶନାୟା ଟିକ୍ଟକ୍ରେ କରୀନାଙ୍କ ଅନ୍ଦାଜ୍ରେ ଖୁବ ପୁପୁଲାର ହୋଇଛନ୍ତି। କରୀନାଙ୍କ ଷ୍ଟାଇଲ୍ରେ ଅନେକ ଗୀତ ଓ ଡାଇଲଗ୍ ସହ ଭିଡିଓ ସେୟାର କରିଛନ୍ତି। ଶନାୟାଙ୍କ ଟିକ୍ଟକ୍ରେ ପାଖାପାଖି ସାଢେତିନି ଲକ୍ଷରୁ ଅଧିକ ଫ୍ୟାନ୍ସ ଅଛନ୍ତି।