ଟିକ୍ ଟକ୍ ଡାଉନଲୋଡ୍ ପାଇଁ ଆପଣଙ୍କ ଫୋନକୁ ଆସିଛି କି ମେସେଜ ? ସାବଧାନ, ହୋଇପାରେ ସମସ୍ୟା

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦/୦୮ : ଚାଇନା ଆପ ଟିକଟକ ଭାରତରେ ବ୍ୟାନ ହୋଇସାରିଛି | ସରକାର ଏହି ଚାଇନା ଆପ ବ୍ୟାନ କରିବା ପରେ ଲୋକଙ୍କୁ ଠକିବା ପାଇଁ ଏହାର ଅଲଗା ଅଲଗା ଭର୍ସନର ମେସେଜ ଆସୁଛି | ଲୋକଙ୍କୁ ମୋବାଇଲକୁ କିଛି ଦିନ ହେଲା ମେସେଜ ଆସୁଛି ଯେଉଁଥିରେ ଲେଖାଯାଇଛି ଟିକଟକ ଭାରତକୁ ପୁଣି ଫେରିଛି | ଏହି ମେସେଜରେ ଟିକଟକ ପ୍ରୋ (TikTok Pro )ନାମକ ଆପର ଲିଙ୍କ ରହିଛି | ମେସେଜ ପାଇବା ପରେ କିଛି ଲୋକ ଏହାକୁ ଡାଉନଲୋଡ଼ କରିବାକୁ ଲାଗିଲେଣି | ଏହା ଆପଣଙ୍କ ପାଇଁ ବିପଦଜନକ ହୋଇପାରେ | ମେସେଜରେ ଲେଖାଯାଇଛି ଟିକଟକ ଭାରତକୁ ପୁଣି ଫେରିଛି ଏବଂ ନୂଆ ଫିଚର ସହ କ୍ରିଏଟିଭ ଭିଡିଓ କରାଯାଇପାରିବ | ଏହା ସହ ଏକ ଲିଙ୍କ ମଧ୍ୟ ରହିଛି ଯାହାକୁ ୟୁଜର୍ସ ଅସଲି ଭାବି କ୍ଲିକ କରି ଡାଉନଲୋଡ଼ କରୁଛନ୍ତି |

ଅଧିକାଂଶ ମାମଲାରେ ଏହିଭଳି ଲିଙ୍କ ଖୋଲିଲେ ଫୋନ ଅଜଣା ଆପ ଇନଷ୍ଟଲ କରିବାକୁ ଅନୁମତି ମାଗିଥାଏ | ଏହାପରେ ୟୁଜର୍ସ ପରମିସନ ଅନ କରିବା ପରେ ଇନଷ୍ଟଲ ଅପ୍ସନ ମିଳିଥାଏ ଏବଂ ଆପ ଫୋନରେ କାମ କରିଥାଏ |

ଯେଉଁମାନେ apk ଫାଇଲ ଡାଉନଲୋଡ଼ କରି ଆପ ଚଳାଉଛନ୍ତି ସେମାନେ ଜାଣିନାହାନ୍ତି ଯେ ଏହା କେତେ ବିପଦଜନକ | ଯେତେବେଳେ କୌଣସି ଫାଇଲ ଅଫିସିଆଲି ଫୋନରେ ନଥାଏ ଏବଂ  ଆପଣ apk ଫାଇଲ ବ୍ୟବହାର କରୁଥାନ୍ତି ସେତେବେଳେ ଆପଣ ଜାଣିପାରିନଥାନ୍ତି ଯେ ସେଥିରେ କଣ କଣ ମୋଡିଫାଏ କରାଯାଇଛି | ଅର୍ଥାତ ଆପଣଙ୍କ ଫୋନରେ ସହଜରେ ମେଲୱେର୍, ସ୍ପାଏୱେୟର ପ୍ରବେଶ କରିଥାଏ ଏବଂ ବ୍ୟକ୍ତିଗତ ତଥ୍ୟ apk ଫାଇଲ ଡେଭେଲପରକୁ ଟ୍ରାନ୍ସଫର ହୋଇପାରେ | ଯେତେବେଳେ ବି ଆମେ ଏକ ନୂଆ ଆପ୍ ଡାଉନଲୋଡ୍ କରୁ ଆପ୍ ଅନେକ ଜିନିଷର ଅନୁମତି ମାଗିଥାଏ | ଏହି ଅନୁମତି ପାଇଁ ରାଜି ହେଲେ ଡେଭେଲପରକୁ ଜଣାପଡ଼ିଯାଏ ଯେ ଆପଣ କୁଆଡେ ଯାଉଛନ୍ତି, କାହା ସହ କଥା ହେଉଛନ୍ତି | ଅର୍ଥାତ ଫୋନ ଆକ୍ସେସ କରାଯାଇଥାଏ | ସେଥିପାଇଁ ଏହିସବୁ ମେସେଜକୁ ଅଣଦେଖା କରିବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.