ଟ୍ରକ ଭିତରେ ଡ୍ରାଇଭରକୁ ହତ୍ୟା କରି ହେଲପର ଫେରାର
26/02/2020 at 7:32 PM

ରାୟଗଡା ୨୬।୦୨- ଟ୍ରକ ଭିତରେ ଡ୍ରାଇଭରକୁ ହତ୍ୟା କରି ହେଲପର ଫେରାର। ଟିକିରି ଠାରେ ଘଟିଛି ଘଟଣା। ଡ୍ରାଇଭରଙ୍କୁ ଗଳାକାଟି ହତ୍ୟା କରିଯାଇଛି। ଉଭୟଙ୍କ ପରିଚୟ ମିଳିନାହିଁ।
ଏବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ଟ୍ରକ ଭିତରୁ ଡ୍ରାଇଭରର ରକ୍ତ ଜୁଡୁବୁଡ ମୃତ ଦେହକୁ ଉଦ୍ଧାର କରାଯାଇଛି । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିିଛି ତାହା ଜଣା ପଡି ନାହିଁ ।