ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଟିକାର ପ୍ରଥମ ଡୋଜ୍ ପରେ ବନ୍ଦ ହେଉନି ଆଖିପତା, ବଙ୍କା ହୋଇଗଲା ଗାଲ !

28/06/2021 at 12:38 PM

ରାହାମା ୨୮/୦୬: କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମର ଗାୟତ୍ରୀ ମହାପାତ୍ର(୩୨) ଜୁନ୍‌ ୨୩ ତାରିଖରେ ପଙ୍କପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକାର ପ୍ରଥମ ଡୋଜ୍‌ ଅପରାହ୍ନରେ ନେଇଥିଲେ । ୨୪ ତାରିଖ ଦିନ ସକାଳୁ ଦେହହାତ ଘୋଳାବିନ୍ଧା କରିବା ସହିତ ଡାହାଣ ପାଶ୍ୱର୍ କାନ୍ଧ ହାଡରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ମୁହଁର ବାମପାଶ୍ୱର୍ ଗାଲ ଫୁଲିବା ସହିତ ବଙ୍କା ହୋଇଯାଇଥିଲା । ୨୫ ତାରିଖ ସକାଳୁ ଡାହାଣ ପଟ ଆଖି ବନ୍ଦ କରି ହେଉନଥିଲା । ପ୍ରଥମେ ରାହାମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗାୟତ୍ରୀ ଚିକିତ୍ସା ପାଇଁ ଯାଇଥିଲେ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନା ନ୍ୟୁରୋଲେଜି ଓ ଗଳା, ନାକ ଓ କର୍ଣ୍ଣ (ଇଏନ୍‌ଟି) ବିଭାଗରେ ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ ।

ଅସୁସ୍ଥ ଗାୟତ୍ରୀଙ୍କ ଚିକିତ୍ସା ଦାୟିୱ ସରକାର ବହନ କରିବା ପାଇଁ ହୋଇଛି । ସ୍ଥାନୀୟ ଅଞ୍ଚଳରେ କରୋନା ଟିକା ନେବା ପରେ ଜଣେ ସୁସ୍ଥ ମହିଳାଙ୍କଠାରେ ଏଭଳି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯିବା ପ୍ରଥମ ଘଟଣା ହୋଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁରୁୱ ଦେଉନଥିବା ଅଭିଯୋଗ ଉଠିଛି । ଏ ସଂପର୍କରେ ଡଃ ପ୍ରସନ୍ନ ପଣ୍ଡାଙ୍କୁ ପଚାରିବାରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ ସେମାନେ ଚାହିଁଲେ ଏ ଗରିବ ଗାୟତ୍ରୀଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦିଆଯିବ ।

   Related Posts