ଚଳନ୍ତା ଟ୍ରେନର ଟୟେଲେଟରେ ମହିଳା କଏଦୀଙ୍କୁ ଦୁଷ୍କର୍ମ କଲା ପୋଲିସ୍ କନଷ୍ଟେବଲ୍ : ମାମଲା ରୁଜୁ
10/08/2019 at 11:09 AM

ନୂଆଦିଲ୍ଲୀ ୧୦/୮: ଜଣେ ମହିଳା କଏଦୀଙ୍କୁ ପଶ୍ଚିମବଙ୍ଗ ନେଇ ଯାଉଥିବା ସମୟରେ ପୋଲିସ୍ କନଷ୍ଟେବଲମାନେ ତାଙ୍କୁ ଦୁଷ୍କର୍ମ କରିବାର ଘଟଣା ସାମନାକୁ ଆସିଛି। ସୂଚନା ଅନୁଯାୟୀ ଏକ ମାମଲା ପାଇଁ ପୋଲିସ୍ କନଷ୍ଟେବଲ ତିହାର ଜିଲ୍ଲାର ଜଣେ ମହିଳା କଏଦୀଙ୍କୁ ପଶ୍ଚିମବଙ୍ଗ ନେଇ ଯାଉଥିଲେ। କିନ୍ତୁ ସୁଯୋଗର ଫାଇଦା ଉଠାଇ ପୋଲିସ୍ କନଷ୍ଟେବଲ୍ ଚଳନ୍ତା ଟ୍ରେନର ଟୟେଲେଟରେ ମହିଳା କଏଦୀଙ୍କୁ ଜୋର ଜବରଦସ୍ତି ଦୁଷ୍କର୍ମ କରିଛି। ନୂଆଦିଲ୍ଲୀର ଏକ ସ୍ଥାନୀୟ ରେଲଓ୍ବେ ଷ୍ଟେସନରେ ଏହି ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତ କନଷ୍ଟେବଲ୍ ଦିଲ୍ଲୀ ପୋଲିସର ଜଣେ କର୍ମଚାରୀ। ପୀଡ଼ିତ ମହିଳା ତୁରନ୍ତ ଏହି ଘଟଣାର ସୂଚନା ତିହାର ଜେଲର ଡାକ୍ତରଙ୍କୁ ଦେଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ପଶ୍ଚିମ ଦିଲ୍ଲୀର ଏକ ସରକାରୀ ହସ୍ପିଟାଲରେ ପଠାଇଦିଆଯାଇଥିଲା। ମହିଳା ଅଭିଯୋଗ କରିଛନ୍ତି ଯେ ମହିଳା ପୋଲିସ୍ କର୍ମଚାରୀ ତାଙ୍କୁ ଶୌଚାଳୟ ନେଇ ଯାଉଥିଲେ କିନ୍ତୁ ମୁଖ୍ୟ କନଷ୍ଟେବଲ୍ ମହିଳା ପୋଲିସଙ୍କୁ ନିଜ ସ୍ଥାନରେ ବସିବାକୁ କହିଥିଲା। ଏହାପରେ ଶୌଚାଳୟରେ ପୋଲିସ କନଷ୍ଟେବଲ୍ ତାଙ୍କ ସହ ଦୁଷ୍କର୍ମ କରିଥିଲା।
ଦିଲ୍ଲୀ ପୋଲିସ୍ ଉପରେ ଏଭଳି ଅଭିଯୋଗ ଦ୍ବିତୀୟ ଥର ଆସିଛି। ଏହା ପୂର୍ବରୁ ଘରେ କାମ କରୁଥିବା ଜଣେ ୧୪ବର୍ଷ ବୟସ୍କା ନାବାଳିକା ଜଣେ ହେଡ କନଷ୍ଟେବଲ ବିରୋଧରେ ଏଭଳି ଅଭିଯୋଗ କରିଥିଲେ।