ନୂଆଦିଲ୍ଲୀ ୨୨| ୦୨- ନିର୍ଭୟା ଦୋଷୀଙ୍କ ଫାଶୀ କାର୍ଯ୍ୟକାରି କରିବାରେ ଆଉ ପାଦେ ଆଗେଇଛନ୍ତି ତିହାର ଜେଲ୍ କର୍ତ୍ତୃପକ୍ଷ । ଡିସେମ୍ବର ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଦୋଷୀଙ୍କ ମୃତ୍ୟୁଦଣ୍ଡ ଖୁବ୍ ଶିଘ୍ର କାର୍ଯ୍ୟକାରୀ ହେବାର ସମ୍ଭାବନା ଏବେ ବଢିଯାଇଛି । ଏହି ମାମାଲାର ୪ ଦୋଷୀଙ୍କୁ ସେମାନଙ୍କ ପରିବାର ସହ ଶେଷ ସାକ୍ଷାତ ଲାଗି ଲିଖିତ ଭାବେ ଜଣାଇଛନ୍ତି ତିହାର ଜେଲ୍ କର୍ତ୍ତୃପକ୍ଷ । ମାର୍ଚ୍ଚ ୩ ତାରିଖ ସକାଳ ୬ ଟା ବେଳେ ଏହି ୪ ଦୋଷୀଙ୍କ ଫାଶୀ ଲାଗି ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ,ଏବେ ତିହାର କର୍ତ୍ତୃପକ୍ଷ ଦେଷୀଙ୍କୁ ସେମାନଙ୍କ ପରିବାର ସହ ଶେଷ ସାକ୍ଷାତ ଲାଗି ଜଣାଇଦେଇଛନ୍ତି ।
{"id":224083,"width":580,"height":379,"sizeSlug":"large"}ଏହା ସହ ତିହାର କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ ଜେଲ୍ ପ୍ରଶାସନକୁ ଚିଠିଲେଖି ଜହ୍ଲାଦ ( ଯେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଚଢାଇବେ ) ଙ୍କୁ ଆସନ୍ତା ୩ ତାରିଖର ଦୁଇ ଦିନ ପୂର୍ବରୁ ପଠାଇବାକୁ କହିଛନ୍ତି । ଫାଶୀ ପ୍ରସ୍ତୁତି ଏବଂ ବ୍ୟବସ୍ଥାର ତଦାରଖ ତଥା ତାହାର ସୂଚାର ସଂପାଦନ ଲାଗି ଆବଶ୍ୟକ ପଦକ୍ଷେପ ଏବଂ ବ୍ୟବସ୍ଥା କରିବାକୁ ତିହାର କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ , ଜହ୍ଲାଦଙ୍କୁ ମାର୍ଚ୍ଚ ୧ ସୁଦ୍ଧା ତିହାର ଜେଲ୍ରେ ପହଞ୍ଚିବାକୁ ହେବ ।
{"id":227605,"sizeSlug":"large"}ଦିଲ୍ଲୀର ଏକ ଅଦାଲତ ଫେବୃଆରୀ ୧୭ ତାରିଖରେ ୪ ନିର୍ଭୟା ଦୋଷୀଙ୍କ ଉଦ୍ଦେଶ୍ୟରେ ସାନି ଡେଥ ୱାରେଣ୍ଟ ଜାରି କରିଥିଲେ । ତାହା ଥିଲା ତୃତୀୟ ଡେଥ୍ ୱାରେଣ୍ଟ । ସେହି ଅନୁସାରେ ମାର୍ଚ୍ଚ ୩ ତାରିଖ ସକାଲ ୬ ଟାରେ ବିନୟ ଶର୍ମା, ମୁକେଶ ସିଂ, ପୱନ ଗୁପ୍ତା ଏବଂ ଅକ୍ଷୟ ଠାକୁରକୁ ଫାଶୀ ଦେବାକୁ ନିର୍ଦ୍ଦେଶ ରହିଛି । ଏହା ପୂର୍ବରୁ ୨୦୧୩ରେ ଦିଲ୍ଲୀର ଏକ ଅଦାଲତ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀଙ୍କୁ ଡିସେମ୍ବର ୧୬, ୨୦୧୨ରେ ଏକ ଚଳନ୍ତା ବସ୍ରେ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏହି ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡ ନିର୍ଦ୍ଦେଶ ଦେଇଥିଲେ । ତେବେ ଢିସେମ୍ବର ୩ ତାରିଖକୁ ଡେଥ୍ ୱାରେଣ୍ଟ ଜାରି ପୂର୍ବରୁ ଏହି ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡ ୨ ଥର ସ୍ଥଗିତ ରହିସାରିଛି ।
{"id":227606,"sizeSlug":"large"}ଦୋଷୀଙ୍କୁ ସେମାନଙ୍କ ପରିବାର ସହ ଶେଷ ସାକ୍ଷାତ ଲାଗି ତିହାର ଜେଲ୍ କର୍ତ୍ତୃପକ୍ଷ ପୃଥକ ପୃଥକ ଭାବେ ଜଣାଇଛନ୍ତି । ତେବେ ଫେବୃଆରୀ ୧ ତାରିଖ ଡେଥ୍ ୱାରେଣ୍ଟ ପୂର୍ବରୁ ମୁକେଶ ଏବଂ ପୱନ ସେମାନଙ୍କ ପରିବାର ସହ ଶେଷ ସାକ୍ଷାତ କରିସାରିଥିବା କହିଛନ୍ତି ଜେଲ୍ କର୍ତ୍ତୃପକ୍ଷ । ବର୍ତ୍ତମାନ ଅକ୍ଷୟ ଏବଂ ବିନୟକୁ ସେମାନଙ୍କ ପରିବାର ସହ ଶେଷ ସାକ୍ଷାତ କରିବାକୁ ଜଣାଇଦିଆଯାଇଛି । ସାଧାରଣତଃ ଦୋଷୀ ମାନେ ଏକ ଝରକାର ଭିତରପଟେ ଥାଇ ସେମାନଙ୍କ ପରିବାର ଲୋକଙ୍କୁ ଭେଟିଥାନ୍ତି, କଥା ହୋଇଥାନ୍ତି । କିନ୍ତୁ ଶେଷ ସାକ୍ଷାତ ବା ଶେଷ ଦେଖାରେ ସେମାନେ ପରସ୍ପର ସହ ମୁହାଁ ମୁହିଁ ସାକ୍ଷାତର ସୁଯୋଗ ପାଇଥାନ୍ତି ।
{"id":227607,"width":579,"height":343,"sizeSlug":"large"}ଏହା ମଧ୍ୟରେ ଦୋଷୀ ବିନୟ ଶର୍ମା ତାର ମାନସୀକ ସ୍ଥିତି ଠିକ୍ ନଥିବ ଦର୍ଶାଇ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ ବିହେଭିୟର ଆଣ୍ଡ ଆଲାଏଡ୍ ସାଇନ୍ସେସ୍ରେ ଚିକିତ୍ସା ଲାଗି କୋର୍ଟଙ୍କୁ ଆବେଦନ କରିଛି । ତାର ଓକିଲ ଏ.ପି. ସିଂହ ମଧ୍ୟ ମହକିଲ ବିନୟ ସିଜୋଫୋନିଆ ରୋଗରେ ପୀଡିତ ଓ ସେ ତାର ପରିବାର ଲୋକଙ୍କୁ ଚିହ୍ନିପାରିନଥିବା କହୁଛନ୍ତି । କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ବିନୟ ଠାରେ ସେଭଳି କିଛି ଲକ୍ଷଣ ଦେଖୁନଥିବା ପ୍ରକାଶ କରିସାରିଛନ୍ତି । ପୂର୍ବରୁ ବିନୟ ଶର୍ମା କାନ୍ଥରେ ମୁଣ୍ଡ ପିଟିବା ଏବଂ ସାମାନ୍ୟ ଆହତ ହେବା ଘଟଣା ନେଇ କୋର୍ଟ ଅବଗତ ଅଛନ୍ତି ।
{"id":227608,"width":579,"height":385,"sizeSlug":"large"}ସୂଚନାଯୋଗ୍ୟ ଯେ, ୨୦୧୨ ଡିସେମ୍ବରରେ ଘଟିଥିବା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୋଟ ୬ ଜଣ ସଂପୃକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରାମ ସିଂ ବିଚାର ପ୍ରକ୍ରିୟା ଜାରି ଥିବା ବେଳେ ତିହାର ଜେଲ୍ରେ ଆତ୍ମହତ୍ୟା କରିଥିଲା । ଅନ୍ୟ ଜଣେ ନାବାଳକ ଦୋଷୀ ସ୍ବଧାର ଗୃହରେ ୩ ବର୍ଷ ରହିସାରିଛି । ଅନ୍ୟ ୪ ଦୋଷୀଙ୍କୁ ୩ ତାରିଖରେ ଫାଶୀ ଲାଗି ଡେଥ୍ ୱାରେଣ୍ଟ ଜାରି ହୋଇଛି ।