ଶ୍ରଦ୍ଧା ହତ୍ୟା ମାମଲା : ତିହାର ଜେଲର ୪ ନମ୍ବର ସେଲରେ ରହିବ ଅଫତାବ, ପୋଲିସ ଦେଖରେଖରେ ଦିଆଯିବ ଖାଇବାକୁ

Published By : Prameya-News7 Bureau | November 27, 2022 IST

ନୂଆଦିଲ୍ଲୀ ୨୭।୧୧:  ଲିଭ ଇନ୍ ପାର୍ଟନରକୁ ହତ୍ୟା ପରେ ଶବକୁ ଟୁକୁରା ଟୁକୁରା କରି କାଟି ଏଣେତେଣେ ଫିଙ୍ଗିବା ମାମଲାରେ ଗିରଫ ଅଫତାବ ଅମିନ ପୁନାୱାଲାର ନୂଆ ଠିକଣା ଏବେ ତିହାର ଜେଲ୍ ହେବ। ଜେଲର ୪ ନମ୍ବର ସେଲରେ ତାର ରହିବା ବ୍ୟବସ୍ଥା ହୋଇଥିବା ବେଳେ ଏଠାରେ ତାକୁ କେହି ମିଳିପାରିବେନି କି ତା ସହ କେହି କଥାବାର୍ତ୍ତା କରିବେନି। ଏଠାରେ ତାକୁ ପୋଲିସ ଉପସ୍ଥିତିରେ ଖାଇବାପିଇବାକୁ ଦିଆଯିବ।

ତିହାର ଜେଲର ସେଲ ନମ୍ବର ୪ ଏକ ସେପାରେଟ ସେଲ। ଏହି ସେଲରେ ଥରକେ ଜଣେ କୈଦୀ ରହି ପାରିବେ। କୈଦୀକୁ ଏଠାରେ ୨୪ ଘଣ୍ଟା ସେଲରେ ରହିବାକୁ ପଡିବ। ଏହି ସେଲ ବାହାରେ ସବୁ ସମୟରେ ଜଣେ ସୁରକ୍ଷା ଗାର୍ଡ ମୁତୟନ ରହିବେ। ଜେଲ ସିସିଟିଭିରେ  ୨୪ ଘଣ୍ଟା ଅଫତାବ ଉପରେ ନଜର ରଖାଯିବ। କୋର୍ଟ ଅଫତାବକୁ ବିଚାରବିବାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏଠାରେ ସେ ୧୩ ଦିନ ବିତାଇବ।

{"width":841,"height":473}

ଉଲ୍ଲେଖଯୋଗ୍ୟ ଯେ ଶ୍ରଦ୍ଧାଙ୍କ ପିତା ନଭେମ୍ବର ୧୨ ତାରିଖ ଦିନ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ପୋଲିସରେ ଏତଲା ଦେଇଥିଲେ। ସେହି ଅନୁସାରେ ପୋଲିସ ଅଫତାବକୁ କଷ୍ଟଡିକୁ ନେଇ ପଚରା ଉଚରା କରୁଥିବା ବେଳେ ନଭେମ୍ବର ୧୪ ତାରିଖ ଦିନ ସେ ଶ୍ରଦ୍ଧାକୁ ହତ୍ୟା କରିଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା। ଅଫତାବର ସୂଚନା ଅନୁସାରେ ପୋଲିସ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାର ଦେହାବଶେଷ ସଂଗ୍ରହ କରି ଡିଏନଏ ଟେଷ୍ଟ ଲାଗି ପଠାଇଛି। ଏବେବି ଶ୍ରଦ୍ଧାର ମୁଣ୍ଡ ଓ ଶରୀରର ଅନ୍ୟ ଅବୟବ ମିଳିନଥିବା ପୋଲିସ କହିଛି।

ତେବେ ହତ୍ୟାକାରୀର ସ୍ୱୀକାରୋକ୍ତି ଅନୁସାରେ ପୋଲିସ ନାରୋକ ଟେଷ୍ଟ ଲାଗି କୋର୍ଟଙ୍କୁ ନିବେଦନ କରିଥିବା ବେଳେ ଇତିମଧ୍ୟରେ ତାର ପଲିଗ୍ରାଫ ଟେଷ୍ଟ ସରିଛି। ପଲିଗ୍ରାଫ ଟେଷ୍ଟ ସରିବା ପରେ ଅଫତାବକୁ ପୋଲିସ କୋର୍ଟରେ ହାଜର କରିଥିବା ବେଳେ ତାକୁ ୧୩ ଦିନ ନିମନ୍ତେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.