୪ଦିନ ବିତିଗଲା ଧରାଦେଉନି ସୁନ୍ଦରୀ, ଧରାହେବାପରେ ରହିବ ନନ୍ଦନକାନନରେ

Published By : Prameya-News7 Bureau | October 27, 2018 IST

ଭୁବନେଶ୍ବର୨୭|୧୦: କସରତ  ଯୋରଦାର । ହେଲେ ସୁନ୍ଦରୀ ଜଙ୍ଗଲ ବିଭାଗ ପାଲରେ ପଡୁନି ।ଚକ୍‌ମା ଦେଇ ଖସିଯାଉଛି । ଏହା ମଧ୍ୟରେ ୪ ଦିନ ବିତିଯିବା ପରେ ଏତିକି ବେଳେ ଆସିଛି ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବୟାନ । ସେ କହିଛନ୍ତି ବାଘୁଣୀ ସୁନ୍ଦରୀକୁ ଖୁବ୍‌ଶିଘ୍ର ଧରାହେବ ।ଧରାଗଲା ପରେ ତାକୁ ନନ୍ଦନକାନନ ଅଣାଯିବ ।ହେଲେ ସେପଟେ ଏବେବି ସାତକୋଶିଆବାସୀ ଭୟଭିତ ଅବସ୍ଥାରେ ଅଛନ୍ତି । ଜଙ୍ଗଲ ବିଭାଗ ୪ ରାତି ଅନିଦ୍ରା, ହେଲେ ସୁନ୍ଦରୀ ଦେଉନି ଧରା । ତେବେବି ତା ପଛରେ ଲାଗିଛି ଜଙ୍ଗଲ ବିଭାଗ ଟିମ୍‌ ।ବିଶଷଜ୍ଞ ଟିମ୍‌କୁ ବାରମ୍ବାର ଚକ୍‌ମା ଦେଇ ଖସିଯାଉଥିବା ସୁନ୍ଦରୀକୁ ଧରିବାକୁ ଆସିଛନ୍ତି ବାହାର ରାଜ୍ୟର ୪ଜଣିଆ ଟ୍ରାଙ୍କୁଲାଇଜ୍‌ ଟିମ୍‌ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କଲାପରେ ସେଠାର ଏନ୍‌କ୍ଲୋଜରରେ ନରଖି ନନ୍ଦନକାନନ ଅଣାଯିବ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୁନ୍ଦରୀକୁ ଖୁବ୍ ଶିଘ୍ର କାବୁ କରିବାକୁ ଉଦ୍ୟମ ଚାଲିଛି । ମଧ୍ୟପ୍ରଦେଶରୁ ୩ଟି ବିଶେଷଜ୍ଞ ଟିମ୍‌ ବି ଆସି ସୁନ୍ଦରୀ ଧରା ଅଭିଯାନରେ ସାମିଲ ଅଛନ୍ତି । ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ସୁନାବେଡାରୁ ଏକ ସ୍ବୟଂଚାଳିତ ଜନ୍ତା ଆସିଛି । ସୁନ୍ଦରୀକୁ ଧରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନୂଆ ଅଭିଯାନ । ତେଣୁ ସୁନ୍ଦରୀକୁ ନେଇ ଭୟର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।  ‘ସୁନ୍ଦରୀ’ ବେକରେ ଯେଉଁ ରେଡିଓ କଲାର ଲଗାଯାଇଛି, ତାହା ମାଧ୍ୟମରେ ତିନି କିଲୋମିଟର ପରିଧିରେ ହିଁ ତାକୁ ଟ୍ରାକ କରାଯାଇପାରିବ । କିନ୍ତୁ ସୁନ୍ଦରୀକୁ ଜଙ୍ଗଲ ଭିତରକୁ ଚାଲି ଯାଇଥିବାରୁ ଟ୍ରାକ କରିବା ବନ ବିଭାଗ ପାଇଁ କଷ୍ଟକର ହେଉଛି । ବାଘୁଣୀ ସୁନ୍ଦରୀ ଏବେ ଜଗନ୍ନାଥପୁର ବୁତୁଣ୍ଡା ଭୁରା ଜଙ୍ଗଲରେ ଥିବା ଜଣାପଡିଛି । ସେହି ଇଲାକାରେ ମଇଁଷି ବନ୍ଧା ଯାଇଥିବା ବେଳେ ଟ୍ରାଙ୍କୁଲାଇଜର ଟିମ୍ ଜଗି ରହିଛନ୍ତି । ସେପଟେ ସୁନ୍ଦରୀକୁ ନେଇ ସାତକେ।ଶିଆ ଅଞ୍ଚଳବାସୀ କିନ୍ତୁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସୁନ୍ଦରୀକୁ ଧରିବାରେ ବାରମ୍ବାର ବନ ବିଭାଗ ବିଫଳ ହେବା ପରେ ଏହି ନୂଆ ଅଭିଯାନ ବାଘୁଣୀକୁ ଧରିବାରେ କେତେ ସଫଳ ହେଉଛି ତାକୁ ଚାହିଁବସିଛନ୍ତି ରାଜ୍ୟବାସୀ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.