scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୟାନ୍ତ କଲାଣି ବାଘୁଣୀ ସୁନ୍ଦରୀ ; ଟ୍ରାଙ୍କୁଲାଇଜ୍ ହୋଇପାରିଲାନାହିଁ ସୁନ୍ଦରୀ, ବନବିଭାଗର ଉଦ୍ୟମ ଜାରି

24/10/2018 at 9:30 AM

ଅନୁଗୋଳ ୨୪|୧୦: ନୟାନ୍ତ କଲାଣି ବାଘୁଣୀ ସୁନ୍ଦରୀ । ସୁନ୍ଦରୀକୁ କାବୁ କରିବାରେ ବନ ବିଭାଗ ଏଯାଏ ସଫଳ ହୋଇନାହିଁ । ରାତି ପାହିଗଲା ହେଲେ ଫେଲ ମାରିଲା ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଉଦ୍ୟମ । ବନ କର୍ମଚାରୀ ନରହନ୍ତା ବାଘୁଣୀକୁ ଟ୍ରାଙ୍କୁଲାଇଜ କରିପାରିଲେ ନାହିଁ । ଓୟୁଏଟିର ଗୋଟିଏ ଓ ନନ୍ଦନକାନନର ୩ ଟି ଟିମ୍ କୁମୁରି ଗାଁରେ ଡେରା ପକାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ସୁନ୍ଦରୀକୁ କାବୁ କରିବା ପାଇଁ ଛେଳି ବନ୍ଧା ହୋଇଥିବା ବେଳେ ମଞ୍ଚା ଉପରେ ଛକି ବସିଥିଲେ । ଏପରିକି ଯନ୍ତା ମଧ୍ୟ ପ୍ରସ୍ତୁତ ରଖାଯାଇଛି । ହେଲେ ଧରା ଦେଲାନି ସୁନ୍ଦରୀ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ କୁମୁରି ଠାରେ ଆଜି ବି ବିଶେଷଜ୍ଞ ଟିମ୍  ଉଦ୍ୟମ ଜାରି ରଖିଛନ୍ତି ।

ପ୍ରଥମେ ଜଣେ ମହିଳା ଏବଂ ପରେ ସ୍ଥାନୀୟ ଟାଇଁସା ଗାଁରେ ଜଣେ ଚାଷୀଙ୍କୁ ମାରିବା ପରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲା ସୁନ୍ଦରୀ । ଏହା ସହ ସୋମବାର ଏକ ବଳଦକୁ ମାରି ପକାଇଥିଲା  । ଏ ଘଟଣାକୁ ନେଇ ଗାଁରେ ପ୍ରବଳ ଉତେଜନା ଦେଖାଦେଇଥିଲା । ବାରମ୍ବାର ଲୋକ ଓ ଜୀବଜନ୍ତୁଙ୍କ ଉପରେ ଆକ୍ରମଣ କରୁଥିବାରୁ ମଣିଷଖିଆ ସୁନ୍ଦରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀମାନେ ଦାବି କରିଥିଲେ ।  ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇ ରାଇଗଡ଼ ଏନକ୍ଲୋଜରକୁ ଆଣାଯିବା ନେଇ ନିଷ୍ପତ୍ତି ହୋଇଛି । ତେଣୁ ସାତକୋଶିଆ କୋଠଭୂଇଁ ପଞ୍ଚାୟତ କୁମୁରି ଗାଁ ନିକଟରେ ଚାଲିଛି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଅପରେସନ ।

   Related Posts