Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁନ୍ଦରୀକୁ ଧରିବା ପାଇଁ ମଇଁଷି ଥୋପ: ୪ ଦିନ ଭୋକିଲା ବାଘୁଣୀ ଏଥର ନିଶ୍ଟୟ ଫସିବ ବୋଲି ବନ ବିଭାଗର ଆଶା

26/10/2018 at 6:46 PM

ଅନୁଗୁଳ୨୬|୧୦:ସାତକୋଶିଆର ବାଘୁଣୀ ସୁନ୍ଦରୀକୁ ଧରିବା ଲାଗି ଏକ ନୂଆ ପ୍ଲାନ। ଗତ କିଛି ଦିନ ଧରି ତାକୁ ଟ୍ରାଙ୍କୁଲାଇଜ କରିବା ଲାଗି ବୁଲୁଥିବା ବିଶେଷଜ୍ଞ ଟିମ୍‌ ଏଥର ଏକ ମଇଁଷିର ସହାୟତା ନେଇଛନ୍ତି। ସେପଟେ ସୁନ୍ଦରୀ ତରକା ହେଇଗଲାଣି ।

୪ ଦିନ ଭୋକିଲା ।  ମଣିଷ ମାରିବାର ୨୪ ଘଣ୍ଟା ନପୁରୁଣୁ ବାଘୁଣୀ ସୁନ୍ଦରୀ ପୁଣି ମଚାଇଛି ଉତ୍ପାତ । ନିକଟସ୍ଥ କୁମୁରି ଗାଁରେ ସୋମବାର ଦିନ ଗୋଟିଏ ବଳଦକୁ ମାରିଥିଲା। ସେବେଠାରୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବା ଲାଗି ବିଶେଷଜ୍ଞ ଟିମ୍‌ ଲାଗି ରହିଥିବା ବେଳେ ତରକି ଯାଇଛି ବାଘୁଣୀ ।  ଭୋକରେ ବରଂ ରହୁଛି କିନ୍ତୁ ଆଖପାଖ ଇଲାକାକୁ ଆସୁନି। ସେଇଠି ଝରଣାରେ ଗାଧଉଛି ପାଣି ପିଉଛି ବୁଦା ପଛପଟେ ଲୁଚି ରହୁଛି କିନ୍ତୁ ଟ୍ରାଙ୍କୁଲାଇଜ୍‌ ଟିମ୍ ଥିବା ଇଲାକା ଆଡ଼କୁ ଆସୁନି। ବାନ୍ଧବଗଡ଼ରୁ ଆସିଥିବା ଏହି ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ ବେଳେ ସାମାନ୍ୟ ତ୍ରୁଟି ହେଲେ ସୁନ୍ଦରୀର ମୃତ୍ୟୁ ହେବାର ଆଶଙ୍କା ରହିଛି । ଯାହାକୁ ନଜରରେ ରଖି ମଧ୍ୟପ୍ରଦେଶ ବିଶେଷଜ୍ଞଙ୍କ ସହାୟତା ନିଆଯାଇଛି। ଖାଲି ସେତିକି ନୁହେଁ ତାକୁ ଟ୍ରାଙ୍କୁଲାଇଜ୍‌ ନ କରି ଜନ୍ତାରେ ଧରିବା ଲାଗି ମଧ୍ୟ ଯୋଜନା କରାଯାଉଛି। ସେଥିପାଇଁ ବିଶେଷଜ୍ଞ ଦଳ ଏକ ମଇଁଷି ଆଣିଛନ୍ତି। ନିକଟସ୍ଥ ଗାଁର ଜଣେ ଚାଷୀଙ୍କୁ ବୁଝୁଶୁଝା କରି ତାଙ୍କଠାରୁ ମଇଁଷି କିଣାଯାଇଛି। ଏବଂ ତାକୁ ବାଘମୁଣ୍ଡା ପାଖ ଜଙ୍ଗଲ ନିକଟରେ ବନ୍ଧା ଯାଇଛି। ଆଉ ଭୋକିଲା ଥିବା ବାଘୁଣୀ ଯଦି ମଇଁଷି ଉପରେ କୁଦା ମାରେ। ମଇଁଷିକୁ ଖାଇବା ଲାଗି ପହଞ୍ଚେ ସେତେବେଳେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବ। କିମ୍ବା ତାକୁ ଯନ୍ତା ମାଧ୍ୟମରେ ଧରିବାକୁ ଚେଷ୍ଟା ହେବ। ସୁନ୍ଦରୀକୁ ଧରିବା ଲାଗି ସ୍ବତନ୍ତ୍ର ଯନ୍ତା ସୁନାବେଡ଼ା ଜଙ୍ଗଲରୁ ଆସୁଛି। ଯେମିତିକି ବାଘୁଣୀ ଯେତେ ଦୁଷ୍ଟ ହେଲେ ବି ଏଥିରେ ଧରାଦେବ।

 ନୟାନ୍ତ କଲାଣି ‘ସୁନ୍ଦରୀ’ । ୪ ଦିନ ହେଲା ଅକ୍ଲାନ୍ତ ଉଦ୍ୟମ ପରେ ବି ନିଶାନାକୁ ଆସୁନି ବାଘୁଣୀ । ସୁନ୍ଦରୀକୁ ଧରିବାକୁ ଆଜି ବି ଅପରେସନ୍ ଜାରି ରହିଛି । ଯାହାକୁ ନେଇ ଟ୍ରାଙ୍କୁଲାଇଜର ଟିମ୍ ଟେନସନରେ । ଓଡ଼ିଶା ଟିମର ବିଫଳତା ପରେ ମଧ୍ୟପ୍ରଦେଶ‘କାହ୍ନା’ ଓ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପରୁ ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞ ଆସୁଛନ୍ତି । ବାରମ୍ବାର ଚକ୍ ମା ଦେଇଥିବା ସୁନ୍ଦରୀକୁ ଧରିବା ପାଇଁ ନୂଆ କୌଶଳ ଆପଣେଇଛି ବନ ବିଭାଗ । ଜଙ୍ଗଲ ଭିତରେ ମଇଁଷି ବାନ୍ଧି ବାଘୁଣୀକୁ କାବୁ ପାଇଁ ଯୋଜନା ହୋଇଛି । ବାଘୁଣୀ ସୁନ୍ଦରୀ ବର୍ତ୍ତମାନ ବାଘମୁଣ୍ଡା ନେଚର କ୍ୟାମ୍ପଠାରୁ ୨ କିଲୋମିଟର ଭିତରେ ଥିବା ଜଣାପଡିଛି । ଭୋକରେ ଥିବା ସୁନ୍ଦରୀ ଖାଦ୍ୟ ଖୋଜୁଛି । ମଇଁଷି ଖାଇବାକୁ ଆସିଲେ ତାକୁ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ବନବିଭାଗ କହିଛି । ଅନ୍ୟପଟେ ସୁନାବେଡ଼ା ବ୍ୟାଘ୍ର ପ୍ରକଳ୍ପରୁ ଏକ ସ୍ବୟଂଚାଳିତ ଯନ୍ତା ସାତକେ।ଶିଆକୁ ଅଣାଯାଉଛି । ଯଦି ବାଘୁଣୀ ଯନ୍ତା ସଂସ୍ପର୍ଶରେ ଆସେ, ତେବେ ବିନା ଟ୍ରାଙ୍କୁଲାଇଜରେ ବାଘୁଣୀ ବନ୍ଦୀ ହେ।ଇ ପାରିବ ।

   Related Posts