Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଅନୁଗୁଳରେ ସୁନ୍ଦରୀ ଆତଙ୍କ : ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିକୁ ଆକ୍ରମଣ କଲା ବାଘୁଣୀ ସୁନ୍ଦରୀ

21/10/2018 at 2:17 PM

ଅନୁଗୁଳ ୨୧|୧୦: ରକ୍ତମୁଖା ହୋଇଛି ବାଘୁଣୀ ସୁନ୍ଦରୀ । ଅନୁଗୁଳ ଟାଇଁସି ପଞ୍ଚାୟତ ନୂଆପଡା ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଛି ସୁନ୍ଦରୀ । ଏବେବି ସେହି ଅଞ୍ଚଳରେ ବାଘୁଣୀ ସୁନ୍ଦରୀ ରହିଥିବା ଅନୁମାନ କରାଯାଉଛି । ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆକ୍ରମଣ କରିଛି ବାଘୁଣୀ ।

ଆଜି ସକାଳେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ମୃତକ ହେଉଛନ୍ତି ନୂଆପଡା ଅଞ୍ଚଳର ତ୍ରୀନାଥ ସାହୁ । ଆଜି ସକାଳୁ ସେ ବିଲକାମ କରିବାକୁ ଯାଇଥିବା ବେଳେ ନୂଆପଡା ସ୍କୁଲ ପଛପଟେ ତାଙ୍କୁ ବାଘୁଣୀ ଆକ୍ରମଣ କରିଥିଲା । ତାଙ୍କ ବେକ ଓ କାନ୍ଧରେ ରହିଥିବା କ୍ଷତ ଚିହ୍ନରୁ ବାଘୁଣୀ ସୁନ୍ଦରୀ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ତେବେ ଏ ଖବର ପାଇ ସେ ଅଞ୍ଚଳକୁ ଖବର ସଂଗ୍ରହ କରିବା ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ସୁନ୍ଦରୀ ଆକ୍ରମଣ କରିଥିବା କୁହାଯାଉଛି । ତାଙ୍କୁ ଅନୁଗୁଳ ମେଡିକାଲକୁ ପଠାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଖବର ପାଇଁ ଘଟଣାସ୍ଥଳକୁ ଯାଇଥିବା ଅନୁଗୋଳ ଏସିଏଫ ଶ୍ରୀକାନ୍ତ ବେହେରାଙ୍କୁ  ଉତ୍ୟକ୍ତଲୋକ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ଟିମ୍ । ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟଲୋକ ।

ପୂର୍ବରୁ ହାତୀବାରି ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ସୁନ୍ଦରୀ ଆକ୍ରମଣରେ ହୋଇଥିବା ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉତ୍ୟକ୍ତଲୋକ ବନବିଭାଗର ଅଫିସରେ ଭଙ୍ଗାରୁଜା କରିଥିଲେ ।

   Related Posts